ଶରତ ଅନୁରାଗ

ଶରତ ଅନୁରାଗ

ଫି’ ସନ ଆସୁଛି ଶରତ,
ବେଳ ଉଣ୍ଡି କାଶତଣ୍ଡୀ ଢାଳୁଛି ଚାମର |
ଶରଧାର ଶ୍ରୀମନ୍ଦିରେ,
ଖେଳୁଛି ସ୍ନିଗ୍ଧପ୍ରଭା ଅହରହ ଶିଶିର |
ନୀରବତା, ନିବିଡ଼ତା,
ସବୁଠି ରୂପଲାବଣ୍ୟର ଅଦ୍ଭୁତ ଶୃଙ୍ଗାର |
ଶରତର ପୂର୍ଣ୍ଣ ଇନ୍ଦୁ,
ପରଶୁଛି ଅମୃତ ଧରଣୀ ଉପର |
ଭବ୍ୟ ଉତ୍ସବ,ଲାଜେଇଛି କୁମୁଦ
ଧରିତ୍ରୀ ଧରିଛି ହାତେ ବନ୍ଦାଣର ଥାଳ |
ଶରତଆକାଶେ ଧଳା ବଉଦ,
ରହିରହି ଶୁଭେ କାହା ବାଜେଣୀ ନୂପୁର|
ଆସିଛି ଶରତ, ହସୁଛି ମରତ,
ଉଲ୍ଲସିତ ତନୁମନେ ପ୍ରୀତିର ଜୁଆର |
ହେଉଛନ୍ତି ଆଗପଛ,
ଭସାମେଘ ସାଥେ ଶଶୀ ଦିବାକର |
ପ୍ରକୃତି ଅଙ୍ଗରେ ସବୁଜ ପଣତ,
ଶରତ ଛୁଆଁରେ ଧରା ବିମୋହିତ |
ଭୂମିରୁ ଭୂମା, ବିଛୁରିତ ସୁଷମା,
ଉଜ୍ଜଳ ଦିଶିଯାଏ ମୃଣ୍ମୟୀ ମୂର୍ତ୍ତି ମନୋହର |
ସରସୀ ସରିତ ଦିଶିଲେଣି ସ୍ୱଚ୍ଛ,
ବୁକୁରେ ଭରିଛି କାଚକେନ୍ଦୁ ନୀର |
ଶରତର ଧରା, ଦିଶୁଅଛି ତୋରା,
ଏ ବର୍ଣ୍ଣବିଭା ର ନାହିଁ ପଟ୍ଟାନ୍ତର |

139 thoughts on “ଶରତ ଅନୁରାଗ”

Leave a Comment

Your email address will not be published. Required fields are marked *