ପୁଅ କୁନାକୁ ନେଇ ବାପା ମାଆ ଦେଖିବାକୁ ଯାଇଥାନ୍ତି ଦଶହରା ମାମୁଁ ଘରକୁ। ମାମୁଁ ଘରର ଯେଉଁ ଖୁସି ତାହା କଳ୍ପନା କରିବା ଅସମ୍ଭବ। ଗାଁ ରେ ଅନେକ ସ୍ଥାନରେ ହେଉଥାଏ ମାଆ ଦୁର୍ଗାଙ୍କ ପୂଜା। ଅନେକ ଭିଡ଼, ଅନେକ ଦୋକାନ, ଆଉ ଅନେକ କାର୍ଯ୍ୟକ୍ରମରେ ଫାଟି ଉଠୁଥାଏ ସେ ଗାଆଁର ଚତୁର୍ପାଶ୍ୱ। ସର୍ବ ପ୍ରଥମେ ସେମାନେ ଗଲେ ମାଆ ଦୁର୍ଗାଙ୍କ ଦର୍ଶନ ପାଇଁ। ମାଆ ଦୁର୍ଗାଙ୍କୁ ଦେଖି କୁନା ସେଇଠୁ ଦଉଡି ଚାଲିଗଲା। ମାଆ ଯାଇ ତାକୁ ଧରି ଆଣିଲେ, ପଚାରିଲେ କଣ ହେଲା? କୁନା କହିଲା,” ମାଆ ସେଇଟା କେମିତି ଦେବି, ସଭିଙ୍କ ସାମ୍ନାରେ ଜଣଙ୍କୁ ହତ୍ୟା କରୁଛନ୍ତି, ତଥାପି ସମସ୍ତେ ତାଙ୍କୁ ପୂଜା କେମିତି କରୁଛନ୍ତି? ମାଆ, ତୁମେ କହୁଥାଅ ନା’ କାହାକୁ ଖରାପ କଥା କହିବା, କାହାକୁ ହାତ ଉଠାଇବା, କିଛି ଭୁଲ କରିବା ବହୁତ ବଡ଼ ପାପ। ଭଗବାନ ତାଙ୍କୁ ଦଣ୍ଡ ଦିଅନ୍ତି। ହେଲେ, ମାଆ ଆଜି ଦୁର୍ଗା ମାଆ ସମସ୍ତଙ୍କ ସାମ୍ନାରେ କାହାର ହତ୍ୟା କରୁଛନ୍ତି, ତଥାପି ଆଜି ସମସ୍ତେ ତାଙ୍କ ପୂଜା କରୁଛନ୍ତି କାହିଁକି? ଛୋଟ ପିଲା ଭିତରେ ଏତେ ସବୁ ପ୍ରଶ୍ନ ଦେଖି କୁନାଙ୍କ ମାଆ ଆକସ୍ମିତ। କିଂଚିତ ହସଟେ ମାରି ଆରମ୍ଭ କଲେ ମାଆ ଦୁର୍ଗାଙ୍କ କାହାଣୀ। କେମିତି ସୃଷ୍ଟି ହୋଇଥିଲେ, କିପରି ଭାବରେ ଅସୁର ମାନଙ୍କ ଠାରୁ ଦେବତା ମାନଙ୍କୁ ରକ୍ଷା କରିଥିଲେ। ସବୁ କିଛି କାହାଣୀ ଅତି ସୁନ୍ଦର ଆଉ ସରଳ ଭାବରେ କହି ଚାଲିଲେ। କୁନା କିଛି ବୁଝୁଥାଏ ଆଉ କିଛି ବୁଝି ପାରୁନ ଥାଏ। ହେଲେ ଯାହା ତା’ ମାଆ ବୁଝାଇ ନ ଥିଲେ ତାହା ଅତି ଶୀଘ୍ର ବୁଝି ଯାଇଥାଏ। ଯେପରିକି ପ୍ରତ୍ୟେକ ସ୍ଥାନରେ ସବୁ କିଛି ସମାନ ନ ଥାଏ। ଯେମିତିକି ଆସୁର ମାନେ ଦେବତା ମାନଙ୍କୁ ମାରିଦେଉଥିଲେ, ତାହା ଭୁଲ କିନ୍ତୁ ଦେବତା ମାନେ ତଥା ମାଆ ଦୁର୍ଗା ଅସୁରମାନଙ୍କୁ ମାରିବେ ତାହା ଠିକ।
ପ୍ରତ୍ୟେକ କାହାଣୀର ଶେଷରେ ପୁଅର ନାସ୍ତିବାଚକ ପ୍ରଶ୍ନ ମାଆଙ୍କୁ ଟିକିଏ ବିଚଳିତ କରୁଥାଏ। ସକାରାତ୍ମକ ଭାବନା ବଦଳରେ ନାସ୍ତିସୂଚକ କଣ ପାଇଁ? ଆଉ ଭୟ ଥାଏ ପୁଅ ବଡ଼ ହେଲା ପରେ ଏମିତି ଖରାପ ଭାବନା କିମ୍ବା ଖରାପ ରାସ୍ତାରେ ନ ଯାଉ। ହେଲେ ଅନେକ କାହାଣୀ, ଅନେକ ଉଦାହରଣ ଦେଇ ଚାଲିଥାନ୍ତି । ମନକୁ ଆସିଲା ଶିଶୁ ମାନଙ୍କ ପାଇଁ ଉପଯୁକ୍ତ ଜ୍ଞାନ କୌଶଳର ଉପାଦାନ ହେଉଛି ଦୃଶ୍ୟଶ୍ରାବ୍ୟ ଯନ୍ତ୍ର ଦ୍ଵାରା ଦିଆ ଯାଉଥିବା ଶିକ୍ଷା। ଦୂରଦର୍ଶନରେ ଦିଆଯାଉଥିବା ଅନେକ ପୁରାଣ,ମହାଭାରତ,ଭାଗବତ ମାନଙ୍କର ଧାରାବାହିକକୁ କିଛି କିଛି ସମୟ ଦେଖାଇ ତା ମନରୁ ପ୍ରତ୍ୟେକ ପ୍ରଶ୍ନର ଉତ୍ତରକୁ ବାହାର କଲା। ଏ ସବୁ ଦେଖି ଦେଖି ଜୀବନରେ ଏକ ଏପରି ମଣିଷ ହୋଇଗଲା କୁନା ଯେ ଆଜି ଲୋକେ ତାକୁ ଦ୍ଵିତୀୟ ଈଶ୍ବର ବୋଲି କହନ୍ତି।