” ଏବେବି ଓଦା ଓଦା କେଇହଳ ଆଖି “

ମୁଁ ସେଠୁ ଫେରିବାର ଯୁଗଟେ ହେଲାଣି
ସେ ମୋତେ ଭୁଲିବାର ପର୍ବ ଟେ ଗଲାଣି
କହିତ ପାରିଲିନି କଥା ଥିଲା ବାକି
ଏବେବି ଓଦା ଓଦା କେଇ ହଳ ଆଖି…..||0||

ଆମ ପ୍ରେମ ପଣୟର ଗୋଟେ ବୋଲି ସାକ୍ଷୀ
ତା ଆଗେ ସବୁ ସତ ମିଛ ଗୋଟେ ବାକି
ବିରହୀ ପ୍ରେମିକା ଟା ହୁଏ ଯାହା ବୋକୀ
ଏବେବି ଓଦା ଓଦା କେଇ ହଳ ଆଖି…..||୧||

ତୁମେ ଯେବେ ଯାଇଥିଲ ଜହ୍ନ ତ ନଥିଲା
ତୁମ ମୁହଁ ଦେଖିବାକୁ ଆଲୁଅ କେ ଦେଲା
ତୁମ ପଛେ ଚାଲିବାକୁ ପଥ ଥିଲା ବାକି
ଏବେବି ଓଦା ଓଦା କେଇ ହଳ ଆଖି………||୨||

ଯୁଗଟେ ବିତିଲାଣି ଚାହିଁ ଚାହିଁ ଆଖି
ମନ କି ବୁଝେ ମୋର ତୁମ ଛବି ଦେଖି
ସେ ଛବିକୁ ପ୍ରେମ ଭାବି ଦେହେ ଦେଲି ମାଖି
ଏବେବି ଓଦା ଓଦା କେଇ ହଳ ଆଖି…….||୩||

ସାଗର କି ଶାମୁକା କୁ କରି ପାରେ ପର
ତୁମ ବିନା ପାରିବି କି ତୋଳି ଏକ ଘର
ବେଳାଭୂମି ପରେ ଦିନେ ତୁମେ ଥିଲ ଆଙ୍କି
ଏବେବି ଓଦା ଓଦା କେଇ ହଳ ଆଖି……..||୪||

ତୁମ ସହ ମିଶିବା କୁ ଦିନ ଲାଗେ ଛୋଟ
ତୁମ ସାଥେ ଚାଲିବାକୁ ଥିଲା ଯେତେ ବାଟ
ସେ ବାଟରେ ତୁମେ କାହିଁ ପଡିଗଲ ଥକି
ଏବେବି ଓଦା ଓଦା କେଇ ହଳ ଆଖି……..||୫||

କିଛି କଥା ରହିଗଲା ଓଠ ତଳେ ବାକି
କିଛି ଲୁହ ପିଉଥିଲି କିଛି ଦେଲି ଯାକି
ଆମ ପ୍ରେମ କୋଣାରକେ ତୁମେ ମୂକ ସାକ୍ଷୀ
ଏବେବି ଓଦା ଓଦା କେଇ ହଳ ଆଖି……..||୬||

ଚାନ୍ଦ ବିନା ଚକୋରୀ କି ଛନ୍ଦ ତୋଳିପାରେ
ଆଖି ବିନା ଅନ୍ଧ ଟେ କି ବାଟ ଚାଲି ପାରେ
ସେମିତି ଏ ଜୀବନ ଟା ଯାଇଛି ଅଟକି
ଏବେବି ଓଦା ଓଦା କେଇ ହଳ ଆଖି……||୮||

କେବେଦିନେ କେହି ଜଣେ ଆସିବ ଜୀବନେ
ତୁମ ସ୍ମୃତି ଭିଜୁଥିବ ଏ ଆଖିର ର କୋଣେ
ଅବା କାହା ଜୀବନୁ ମୋ ଫେରିଯିବା ବାକି
ଏବେବି ଓଦା ଓଦା କେଇ ହଳ ଆଖି……||୯||

6 thoughts on “” ଏବେବି ଓଦା ଓଦା କେଇହଳ ଆଖି “”

  1. Himansu Sekhar Sutar

    ଅତି ସୁନ୍ଦର ଉପସ୍ଥାପନା 🥰🥰 ଆଗକୁ ଆହୁରି ଅନେକ କବିତା ରଚନା କରିବାର ସୁଯୋଗ ଭଗଵାନ ତୁମକୁ ପ୍ରଦାନ କରନ୍ତୁ ❤️❤️🥰🥰Much more Love my dear little Darling 🥰🥰 Stay blessed 🥰🥰❣️

    1. ପ୍ରତିଭା ନନ୍ଦ

      ଆନ୍ତରିକ ଧନ୍ୟବାଦ ଭାଇ 😇 ପ୍ରଣାମ ନେବେ 🙏ଖୁସି ହେଲି ଏତେ ସୁନ୍ଦର୍ ମତାମତ ପାଇଁ 😊

  2. Kn lekhile apana …..akhire mo luha asigala 🥹khusi re ki dukha re ta janini hele…akhire mo luha asigala ❤️‍🩹🥹

  3. Yes dear you are really a “Prativa” Keep going ✨✨ and Keep shining 🌟🌟 May the Almighty bless you abundantly…….🙌🙌 Lots of love and best wishes……💯💯💐💐

  4. ହୃଦୟସ୍ପର୍ଶୀ ରଚନା…ଖୁବ୍ ସୁନ୍ଦର କବିତା…ଲେଖା ଜାରି ରହୁ ଜୀବନ ସୁଖପ୍ରଦ ହେଉ..ଏତିକି କାମନା…

Leave a Comment

Your email address will not be published. Required fields are marked *