ଏଇ ଶୁଣନା !
କେବେ ପାଖକୁ ଆସି
ଅପେକ୍ଷାର ଅନ୍ତ ଘଟାଇବ ଯେ ?
ଜାଣିଛ,
ମନରୁ ମର୍ତ୍ତ୍ୟ ଯାଏଁ
ଆତ୍ମାରୁ ଆକାଶ ଯାଏଁ
ସଭିଏଁ ପରା ତୁମ ଅପେକ୍ଷାରେ ।
ଏଠି ଦିବା ଆଲୋକରେ ବି
ଅମା ଅନ୍ଧକାରର ଭୟ,
ଆଉ ବିସ୍ତୃତ କୋଳାହଳରେ ବି
ଏକାନ୍ତତାର ହୁଏ ବିଜୟ ।
ହଁ,
ଏଠି ଫଗୁଣ ଆସେ
ରଙ୍ଗ ବି ବରଷେ,
ଶ୍ରାବଣ ଆସେ
ସଭିଙ୍କ ମନକୁ ହରଷେ ।
ହେଲେ ମୁଁ କାଇଁ ଭିଜିପାରେନି
ସେ ରଙ୍ଗ ଛିଟାରେ,
କି ଓଦା ହୋଇପାରେନି
ସେ ମୂଷଳ ଧାରାରେ ।
ସଭିଏଁ ଆସନ୍ତି ପାଖକୁ
ଖୁବ୍ ପାଖକୁ, ହେଲେ
ନିରବରେ କହିଯା’ନ୍ତି
“ଆମେ ଯେ କେମିତି
ଭିଜେଇବୁ ତୋତେ,
ତୁ ପରା ଅଛୁ
“ତୁମେ”ଙ୍କ ଅପେକ୍ଷାରେ” ।
କହିଲ !
କେମିତି ବୁଝେଇବି ତାଙ୍କୁ
କି ସେଇ “ତୁମେ” ବି
କିଛି ଭରସାରେ ବନ୍ଧା,
ସ୍ୱପ୍ନର ସମ୍ପୂର୍ଣ୍ଣତା ପାଇଁ
ସେ ମଧ୍ୟ କେଉଁ ଶିକୁଳିରେ ଛନ୍ଦା ।
ସେମାନେ କ’ଣ ବୁଝିବେ ?
ଏଠି ତ ବିନା ସଂସ୍ପର୍ଶରେ ବି
ସଂକ୍ରମିତ ହୁଏ ଭାବନା,
ପୁଣି ବିନା କାରଣରେ ବି
ମିଳେ ଅନୁଶୋଚନା ।
ସେଥିପାଇଁ ପରା ଏ ଦୂରତା !
ଯିଏ କି ମାପିଦିଏ
ପାଗଳ ପ୍ରେମର ଗଭୀରତା,
ଆଉ ସେଇ ଆତ୍ମୀୟତା ହିଁ
ବଢ଼େଇଦିଏ ଏ ଚାତକତା ।
ଏଇ !
ଦେଖୁଛ କି ନାହିଁ ?
ମୁଁ କେତେ ବୁଝିବାର ହୋଇଗଲିଣି
ନିଜ ଅଭିମାନର ଅଙ୍କ
ନିଜେ ହିଁ କଷିବା ଶିଖିଗଲିଣି ।
ଏବେ ତ ମୁଁ ଆଉ ସାଲିସ୍ କରେନି
ମନ ସହିତ ମସ୍ତିଷ୍କର,
କି ଭାସିଯାଏନି ମିଠା ମିଠା କଥା ଶୁଣି
ବେଦରଦୀ ଏ ହୃଦୟର ।
ହେଲେ, ଇଚ୍ଛାସବୁ ଜାଗି ଉଠନ୍ତି
ଅଜଣା ଅସମୟରେ,
ଛପି ଛପି କାନେ କୁହନ୍ତି
ଉଭା ହେବାକୁ ମୋତେ
ଚାଲିଯାଇ ତୁମ ପାଖରେ ।
ଛୁଇଁବାକୁ ତୁମ ପାଦ
ଛନ୍ଦିବାକୁ ମୋ ହାତ
ତୁମ କର କମଳରେ,
ଆଉ ବାଣ୍ଟିଦେବାକୁ ସବୁ
ଅବୁଝାପଣକୁ ତୁମରି କାନ୍ଧରେ ।
ହଁ ପରା,
ଖାସ୍ ସେଇଥିପାଇଁ ତ
ଭାବନା ରାଇଜେ ଭିଜି
ପ୍ରୀତି ଅଳଙ୍କାରେ ସାଜି
ଶରତ ଅନୁରାଗେ ମଜ୍ଜି
ମୁଁ ଅଛି କେଉଁକାଳୁ
ତୁମ ଅପେକ୍ଷାରେ…!
Beautifully Written .And definately it touches everyone heart
Very nice 🥰
Excellent 😍🥰😍
Just wowww❤️
Veryy nice 🥹🥹🥹🥹🥹🥹🥹
Nice 👏👍😊❤
Pyaar se bandhi ki dor jo dill tak jati he…
Pyaar sa bandhan bandhe jati he.. ❤❤❤
Very well written 👏
Loved it ❤️
Woww😍Excellent 😍🥰💞