ଶରତ ଅନୁରାଗ

ଶରତର ଆଗମନେ

  ଫୁଟି କାଶତଣ୍ଡି,

ଧବଳ ରଙ୍ଗେ ଶୋହୁଛି

    ଧରଣୀର ପିଣ୍ଡି..l

ଭୋଦୁଅ ଆକାଶେ ଜହ୍ନ

    ଭାରି ନିରିମଳ,

ଦେଖି ଜହ୍ନ କୁମୁଦିନୀ

    ଜଳେ ଟଳମଳ..l

ପୁଷ୍କରିଣୀ ତଟେ ଦେଖି

    ଶଶୀ ପ୍ରତିଛବି,

ଶରତର ଦୃଶ୍ୟ ଆଙ୍କେ

    ଭାଷାରେ ତ କବି..l

ବିଘ୍ନ ବିନାଶକ ପ୍ରଭୁ

    ବାପ୍ପା ଗଜାନନ,

ଅବତରି ଶରତରେ

    ଦିଅନ୍ତି ଦର୍ଶନ..l

ଷୋଳକଳା ରୂପ ଧରି 

    ସେ ପାଳନ କର୍ତ୍ତା,

ଶରତରେ ଆସିଯାଇ

   ଦିଅ ଦିବ୍ୟ ବାର୍ତ୍ତା..l

ସତେ ଏ ଶରତ ଋତୁ

   ଆହା କି ଅଦ୍ଭୁତ,

ଭାଗବତ ବାଣୀ ଶୁଣି 

   ଏ ଜଗତ ତୃପ୍ତ..l

ଶରତର ମଧ୍ୟାନ୍ତରେ 

    ଆସଇ ଆଶ୍ୱିନ,

ମଉଳା ଶ୍ରାଦ୍ଧ ପାଆନ୍ତି

   ପୂର୍ବ ପରିଜନ..l

ମୃଣ୍ମୟୀ ମୂର୍ତ୍ତିରେ ପୁଣି

   ମାଆ ଅଷ୍ଟଭୂଜା,

ଦୁଷ୍ଟ ସଂହାର ନିମନ୍ତେ

   ପାଇଥାନ୍ତି ପୂଜା..l

ଷୋଳପୂଜା ସାଥେ ମାଆ

   ନବରାତ୍ରି ନେଇ,

ସଂସାର ସୁରକ୍ଷା ପାଇଁ 

   ଆସନ୍ତି ଓହ୍ଲାଇ..l

ଦଶହରା ପର୍ବ ପୁଣି 

   ଆସେ ଶରତରେ,

ଖୁସି ଆଉ ଆନନ୍ଦକୁ 

   ଧରି ତା ସାଥିରେ..l

ଶରତର ଆଗମନେ

   ହସୁଛି ଜଗତ,

ମନୋରମ ଦୃଶ୍ୟ ସାଥେ

   ବସିଯିବା ମିତ..l

Leave a Comment

Your email address will not be published. Required fields are marked *