ଶରତ ଅନୁରାଗ

ଶରତ ଅନୁରାଗ


ସ୍ୱଚ୍ଛ ଶରତର ନୀଳାଭ ଆକାଶେ
ତାରକା ଚମକ କରେ,
ନୀଳ ମାଟିରେ ମୌନ ଗୀତ,
ବୃକ୍ଷରାଜି ଫୁଲ ହରେ ||

କୋଇଲିର ତାନେ ଗ୍ରାମ୍ୟ ଉପବନେ
ମୋ ହୃଦୟ ଗୀତ ଗାଏ,
ଗଗନେ ତାରକା ସେଇ ନିହାରିକା
ଅଭିଳାଷ ତା’ ଜଣାଏ ||

ପାଲିଆ ହୃଦୟ ଧଡ଼କ ଗୁଞ୍ଜନ
ଏଇ ଶରତ ଦିନରେ,
ତୁମର ସ୍ମୃତିକୁ ଏବେ ବି’ ଭାଳୁଛି
ଲୁଚାଇ ହୃଦ କନ୍ଦରେ ll

ମୋ ପ୍ରେମର ଏହି ପ୍ରଣୟ ଗାଥା,
ସମୟ ସିନେମା ହେଇଛି,
ସହରେ ବହଇ ଶୀତଳ ପବନ
ମନଟା ତୁମକୁ ଝୁରୁଛି ll

ଶରତ ଆଣିଛି ଜାହ୍ନବୀର ଅମ୍ବୁ
ଝରାଇ ଅବନୀ ବକ୍ଷେ,
ପ୍ରଣୟ ଅମୀୟ ଝରେ ନିରନ୍ତର
ଶରତର ଅନୁରାଗେ ll

6 thoughts on “ଶରତ ଅନୁରାଗ”

Leave a Comment

Your email address will not be published. Required fields are marked *