କାଶଫୁଲ’ର ଆୟୁଷ କେତେ!

କାଶ ଫୁଲର ଆୟୁଷ କେତେ

……

ମୁଁ ମଲ୍ଲୀ କି ରଜନୀଗନ୍ଧା ଭଳି

ଅର୍ଚ୍ଚିତା ନୁହେଁ ,

ମୁଁ କାଶତଣ୍ଡୀ ,ଅମଉଳା ଫୁଲଟେ।

ତଥାପି ଡର ଲାଗେ 

ସମୟ ର ଅତର୍କିତ ଆକ୍ରମଣକୁ

କାଳେ ପୁଣି ବିଚ୍ଛିନ୍ନ କରିଦେବ 

ମୋତେ, ତୁମ ଠାରୁ !

କାଶ ଫୁଲ ର ଆୟୁଷ ବା କେତେ!

ଫେରି ଯିବ ପାର୍ବଣ ଶେଷରେ।

ବାହୁଡିବା ପୂର୍ବରୁ ଥରେ ଆସି ଛୁଇଁ ଯାଅ ନା..

ମୋ ସୁନ୍ଦରତାକୁ

ମୋ ଶୁଭ୍ରତାକୁ

ମୋ ପାଗଳପଣକୁ।

ତୁମ ବିନା ଆଉ କାହାର ସାହସ ଅଛି ଯେ ଛୁଇଁବାକୁ !

ତୁମକୁ ତୃଷ୍ଣା କାତର ଯାଯାବର ଭାବେ 

ଦେଖି ପାରେନି ବୋଲି, ଜନ୍ମ ନିଏ ବାରମ୍ବାର ।

ତୁମେ ଓ ମୁଁ ମିଶି ଗଢିଥିବା ନିଷିଦ୍ଧ ପୃଥିବୀରେ 

ଅପେକ୍ଷା କରେ ତୁମକୁ।

ବର୍ଷାରେ ଏକୁଟିଆ ନଈ ପଠାରେ ଭିଜୁଥିବା ବେଳେ

ତୁମ ସହ ବର୍ଷା ଭିଜା ସ୍ମୃତି ସବୁ ମନକୁ ଉଦାସ କରିଦିଏ।

ତୁମେ କଣ ଭୁଲି ଯାଇଛ?

ମୁଁ ତୁମର ସେଇ 

ଶିଶିର ସୁନ୍ଦରୀ

ଯାହାର ଅନ୍ୱେଷଣ ରେ ତୁମେ ଅତନ୍ଦ୍ର ରହିଛ 

କେତେ ଯେ ବିଭାବରୀ!

ଆସ ନା ..

ମୃତ୍ୟୁ ହାର ମାନୁ ପ୍ରେମ ପାଖରେ !

1 thought on “କାଶଫୁଲ’ର ଆୟୁଷ କେତେ!”

Leave a Comment

Your email address will not be published. Required fields are marked *