ପ୍ରେମ ଏକ ପ୍ରାପ୍ତି ନୁହେଁ
ନୀରବ ସାଧନା
ଆକାଶ ର ଝର ଝର ବର୍ଷା ବାରି
ପୁର୍ଣ୍ଣ ମାଟିମଗ୍ନା
ଚଷାଭାଈ ସୁର ତୋଳେ
ଆନନ୍ଦ ଖୁସୀରେ
ବରଷା ପ୍ରେମରେ।।
ନିଶ୍ଵାସ ବିଶ୍ଵାସ ସବୁ
ସାଥେ ନେଇ ଚାଲି ଆସେ
ଇପ୍ସିତ ଇଛାରେ
ଦେଖେନାହିଁ ରୂପ ଭେକ ଧନ ସନମାନ
ଦେଖେ ଖାଲି ମନ
ଆକାଶ ରେ ହସୁଥାଏ ଜହ୍ନ
ନୀଳ କଇଁ ଥାଏ ଚାହିଁ
ପୋଖରୀରେ, ଯୋଜନ ଦୁରରେ।।
ପୂର୍ଣ୍ଣ ଗର୍ଭା ନଦୀ ଜଳ ଫୁଲୁଥାଏ
କ୍ଷଣ ପ୍ରତିକ୍ଷଣ
ମିଳିଯାଏ ସାଗର ସାନିଧ୍ୟ
ହେଉ ପଛେ ଧାରା ମାସାନ୍ତ ଶ୍ରାବଣ
ପ୍ରେମ ଚିରନ୍ତନ
ପୂର୍ଣ୍ଣ ସମର୍ପଣ।।
ପୂତ ପବିତ୍ର ,ସତ୍ୟ ଶାସ୍ଵତ
ଅମୃତ ବାତ୍ସଲ୍ୟ ପ୍ରେମ
ଚକୋର ଚକୋରୀ ମଧୁକର ପୁଷ୍ପ
ଅନନ୍ୟ ସେ ଦିବ୍ୟ ଅନୁପମ
ତଲ୍ଲୀନ ତ୍ୟାଗ ର ମନ୍ତ୍ର
କରେ ସବୁ ଦୀପ୍ତିମନ୍ତ
ପ୍ରାପ୍ତି ନୁହେଁ ସେ ସାଧନା
ତ୍ୟାଗର ଜୀବନ
ପ୍ରେମିକ ସାଧକ
ନିର୍ଜୀବ ସେ ପ୍ରେମ ବିନା।।
ଖୁବ ସୁନ୍ଦର ଲେଖା ଅପା
Really touchy lines.
Very well written.
ଖୁବ୍ ସୁନ୍ଦର ଲେଖା
Bahut sundar kabita
ଖୁବ୍ ସୁଂଦର ଲେଖା👌👌❤