ଛାତିଏ ପ୍ରେମ ଓ ରାତିଏ ସ୍ଵପ୍ନର ଅଭୁଲା କଥା

ମୁକୁଳା କେଶକୁ ମଲ୍ଲୀମାଳତୀରେ 

ଫୁଟିଉଠେ ତୁମ ବାସ,

ଛାତିଏ ପ୍ରେମକୁ ରାତିଏ ସ୍ମୃତିରେ

ଉଙ୍କିମାରେ ତୁମ ହସ l

ନୟନ ତୁମର ମୟୁର ପୁଛିକା

କଳାମେଘେ ନାଚି ଉଠେ l

କଜଳରେ ତୁମ କୋକିଳର ଦେହ,

ଚାହାଁଣୀର ପ୍ରୀତି ମାଠେ l

ଭାଙ୍ଗିକି ପଡିଲେ ଝରଣାର ଢେଉ

ଧିରେ ଧିରେ ବହି ଆସେ,

ଉତ୍ସାହି ଉଠିଲେ ଦି’ନୟନ ଚନ୍ଦ୍ରିକା 

ମିଞ୍ଜି ମିଞ୍ଜି କରି ହସେ l

ହଜିବାକୁ ଚାହେଁ ସେ ଦୁଇ ନେତ୍ରରେ 

ହୋଇ ତୁମ ସ୍ବପ୍ନ ମାନସୀ,

ଭିଜିବାକୁ ଇଚ୍ଛେ ସେ ଧାର ଲୋତକେ 

ତୁମେ ତ ମଞ୍ଜୁଳ ପ୍ରିୟସୀ l

ହସକି ତୁମର ଓଠର ରାଧିକା 

ଭାବନାରେ ହସୁଥିବ,

ଗାଲରେ ସୁଧୀର ଭଉଁରୀ ପରିକା

ଢେଉଭଳି ଢଳୁଥିବ l

ଆକାଂକ୍ଷାରେ ଭରା ତୁମସେ ଚେହେରା

ସ୍ଵଭାବଟା କେତେ ଶାନ୍ତ,

ସମୀକ୍ଷାରେ ଗଢ଼ା ତୁମସେ ପ୍ରତିମା

ଚାହିଁବା ହେଉ ମୋ ଅନ୍ତ l

ରହିବାକୁ ଚାହେଁ ତୁମସେ ସ୍ଵଭାବେ

ହୋଇ ତୁମ ଦେହ ଅଳସୀ,

ଜିଇବାକୁ ଇଚ୍ଛେ ସେ ଦୁଇ ଓଠରେ

ହୋଇ ତୁମ କାଖ କଳସୀ l

ପଇଁତରା ମାରେ ତୁମ ପାଦ ଚି଼ହ୍ନେ

ବୋଳିହୋଇ ରଙ୍ଗ ମାଳତୀ,

ଛାଇଖରା ଖେଳେ ତୁମ ଦୁଇ ହାତେ

ଝରିଯାଏ ବାସ ରେବତୀ l

ଅକୁହାର କଥା ଅଦେଖାର ପ୍ରଥା

ମନରେ ଅନେକ ପ୍ରଶ୍ନ,

ଅନିଚ୍ଛାର ଇଚ୍ଛା ଅସୁମାରୀ ଆଶା

ଆଖିରେ ଆଖିଏ ସ୍ବପ୍ନ l

ଦେଖିବାକୁ ଚାହେଁ ଅଦେଖା ପ୍ରଥାରେ

ହୋଇ ତୁମ ମନ ମାନସୀ,

ପାଇବାକୁ ଇଚ୍ଛେ ଅନିଚ୍ଛା ପ୍ରାନ୍ତରେ

ନେଇ ତୁମ ପ୍ରେମ ପରସି l

Leave a Comment

Your email address will not be published. Required fields are marked *