କେଉଁ ରାଇଜକୁ ଚାଲିଗଲ ପ୍ରିୟା
ନେଲ ନାହିଁ ମୋତେ ସାଥିରେ
କେମିତି କାଟିବି ଦିନ ତୁମ ବିନା
ନିଦ ହେଉନାହିଁ ରାତି ରେ…..।
ତୁମ ସହ ବିତା ସୁନେଲି ସମୟ
କେମିତି କରିଛି ମୋତେ ଅସହାୟ
ଆହା ବୋଲି ମୋତେ ପଦେ କହିବାକୁ
କେହି ନାହିଁ ଆଜି ପାଖରେ
ପ୍ରିୟା ,ନିଦ ହେଉନାହିଁ ରାତିରେ… ।
ଆଜି ଏ ନିଶବ୍ଦ ବେଳାରେ ,
ଏକା ଏକା ଲାଗେ ଭାରି
ଦୁଃଖ ଯେତେ ସବୁ କବିତାରେ ଲେଖେ
ତୁମର ଛବି ମୋ ହାତରେ ,
ପ୍ରିୟା ନିଦ ହେଉନାହିଁ ରାତିରେ….।
କୁହ କେବେ ତୁମେ ଆସିବ ଫେରି
ସତରେ ହେଉ କି ସପନରେ ,
ବିରହ ଯାତନା ସହି ହେଉନାହିଁ
ବଞ୍ଚୁଛି ତୁମରି ସ୍ମୃତିରେ ,
ପ୍ରିୟା ନିଦ ହେଉନାହିଁ ରାତିରେ…..।





