ମନେଅଛି! ବର୍ଷା ବତୁରା ସେଇ
ଅଳସି ଅପରାହ୍ନ କଥା;
ଯେଉଁଠି ତୁମେ ଥିଲ, ମୁଁ ଥିଲି;
ଆଉ ତୁମ ପ୍ରକୋଷ୍ଠ ର ନେପଥ୍ୟରେ
ବୋଧହୁଏ ଥିଲା ନିମିଷକ ନୀରବତା;
ଶୂନ୍ୟ ରେ ଚିତ୍କାର କରି ତୁମ ପ୍ରେମକୁ
ବ୍ୟକ୍ତ କରିବାକୁ ଚାହୁଁଥିଲା,
ଚେତେଇ ଦେବାକୁ ଚାହୁଁ ଥିଲା ମୋତେ,
କେତେ ଯେ ଶକ୍ତି ଏଇ ଦୁଇଟି ଶବ୍ଦ ରେ!
ତୁମର ସେ ଫାଜିଲ କାନ୍ଥ ଘଣ୍ଟାର
ଟିକ୍ ଟିକ୍ ଶବ୍ଦସବୁ,
ସତେକି ମୋ ହୃଦ ସ୍ପନ୍ଦନ ରେ
କବଜା କରି ନେଉ ଥିଲେ;
ତୁମ କ୍ୱାର୍ଟର ର ଟାଇଲ ସବୁ
ଗେହ୍ଲେଇ ହେଉଥିଲେ,
ଅସ୍ଥିର ସେ ନଖ ମୁନରେ
ବିଦାରିତ ହୋଇ।।
ଆଖିର ନିଷ୍ପେସିତ ଭାଷାକୁ
ନୀରବ ଓଠର ସେ ଶୂନ୍ୟ ଇସ୍ତାହାର,
ଆହୁତି ଦେଉଥିଲେ ସବୁ ଶୂନ୍ୟ କୁଣ୍ଡରେ;
ସକ୍ଷମ ଥିଲେ ତୁମ ପ୍ରଣୟୀକୁ
ଜାଳି ଦେବାକୁ, ପ୍ରେମ ବହ୍ନି ରେ!
ଦେହର ତାପମାତ୍ରା କ୍ଷୀଣ ହୋଇଯାଉଥିଲା
ଉଛୁଳା ନଈ ଟେ ଦିଗ ବଦଳେଇଲା ଭଳି,
ସଦ୍ୟ ପ୍ରକାଶିତ ଇନ୍ଦ୍ରଧନୁ ରେ
ବୋଧହୁଏ ଲାଗିଥିଲା ଅଷ୍ଟମ ଛିଟା,
ହଁ! ଖୁବ୍ ଗଭୀର ସେ ଦାଗ,
ଠିକ୍ ତୁମ ଧଳା ସାର୍ଟ ରେ
ରକ୍ତ ଜବାର ରକ୍ତିମ ଆଭା ଭଳି ଗଭୀର।।
କାଶ୍ମୀରୀ ସେଓ ଠାରୁ ବି ମୋ ଗାଲ
ଆହୁରି ଲାଲ୍,
କାୟ,ମନ, ବାକ୍ୟରେ ମୁଁ ଯେ
ତୁମ ନଗରୀ ର ବନ୍ଦିନୀ!
ହାତ ପାପୁଲି ରେ ଅନବରତ ଘର୍ଷଣ!
କେଉଁ ମାୟାବୀନି ବୋଧହୁଏ
ମନ୍ତ୍ର ପଢୁଥିଲା,
ଅଦ୍ଭୁତ! ଅତି ଅଦ୍ଭୁତ ସେ
କମନୀୟ ଆକର୍ଷଣ;
କୋହଲା ପାଗରେ ବି ମୁଖେ ତୁମ
ସ୍ବେଦ ର ଅନାବାଦୀ ଛିଟା,
ଇଚ୍ଛା ହେଉଥିଲା, ପୋଛି ଦିଅନ୍ତି କି
ମୋ ନାଲି ଓଢ଼ଣୀ ରେ;
ସେଇ ବାହାନା ରେ ଅନ୍ତତଃ
ଛୁଇଁ ପାରନ୍ତି ତୁମ ମସୃଣ ଚିବୁକ,
ଟିକିଏ ପାଖରୁ ଅନୁଭବ କରନ୍ତି
ତୁମ ଗରମ ପ୍ରଶ୍ଵାସ;
କହିପାରନ୍ତି କି, ତୁମକୁ ମୁଁ
କେତେ ଭଲପାଏ!
ଆଜିବି ସତେଜ ସେ ସ୍ମୃତି ସବୁ
ମୋ ମାନସ ପଟ ରେ,
ତୁମ ତେଜୋଦୀପ୍ତ ଆଖିରେ ଯେ
ଅସରନ୍ତି ପ୍ରେମ ଜୁଆର;
କୃଷ୍ଣପକ୍ଷ ରେ ବି ଆଣି ଦେଇ
ପାରେ ପୂର୍ଣ୍ଣ ଇନ୍ଦୁ!
ସେ ବିଶାଳ ବକ୍ଷର ଗଭୀରତା
ଶହେ ଆମାଜାନ ଠାରୁ
ବି ଆହୁରି ବିଶାଳ,
ଲୋମ କୂପର ଲୋମେ ଲୋମେ
ଅସରନ୍ତି ପ୍ରେମ ସତ୍ତା,
ଗଭୀର ସାଗର ପଙ୍କରେ ଥିବା ମନ ସିନ୍ଧୁକଟି,
କେମିତି ମନ୍ତ୍ରବତ୍ ହୋଇଥିଲା ତୁମର ବନ୍ଦୀ।।
ମୁଁ ଅନୁଭବ କରିଛି ସେ ଆବିଳ ବନ୍ଧନକୁ,
ଛଟପଟ ହେଇଛି ତୁମ
ପ୍ରେମ ସାଗରେ ଝାସ ଦେବାକୁ;
ମୃତ୍ୟୁ ହେଲେ ବି ତୁମ ପ୍ରେମ ଶିଖାରେ
ଜାଳି ହେବାକୁ,
ବହିଗଲେ ବି ତୁମ ଶିରୋଦେଶୁ
ଜନ୍ମ ନେବାକୁ,
ବନ୍ଦୀ ହେଲେ ବି ତୁମ ପ୍ରେମରେ
ଆବଦ୍ଧ ହେବାକୁ,
ସରିଗଲେ ବି ତୁମ ପ୍ରେମର
କବିତା ହେବାକୁ,
ଭୋଗୀ ହୋଇ ତୁମ ପ୍ରେମ ଭୋଗିବାକୁ,
ଯୋଗୀ ହୋଇ ତୁମ ପ୍ରେମ
ଭିକାରୁଣୀ ସାଜି ବାକୁ।।
ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ
ଶେଷରେ,
ଚିର ଇପ୍ସିତ ସେ ଅମିୟ ଅନୁଭବକୁ
ଅଜାଡ଼ି ଦେଇ ଥିଲ;
ମୋ ହାତ ପାପୁଲି ରେ!
ଯେମିତି ମରୁଡି ପ୍ରଭାବିତ ଅଞ୍ଚଳ
ପଲ୍ଲବିତ ହୁଏ ବର୍ଷା ଆଶ୍ଲେଷ ରେ,
ଶାସ୍ଟାଙ୍ଗ ମୋର ଭରି ଯାଇଥିଲା
ବନ୍ୟା ଜଳରେ,
ଠିକ୍ ହିରାକୁଦ ର ବନ୍ଧ ଭାଙ୍ଗିଲା ଭଳି!
କି ଅଦ୍ଭୁତ ସେ ପ୍ରୀତି ଶିହରଣ;
ଭାବାନ୍ତରେ ମନେ ସୃଷ୍ଟି ହୁଏ
ଆଲୋଡ଼ନ,
ମୁଁ ହଜି ଥିଲି, ଭିଜି ଥିଲି,
ଅଗଷ୍ଟର ସେ ନିରୁତା ବିନ୍ଦୁ ରେ,
ସେଇ ମୂହୁର୍ତ୍ତ କୁ ଜୀଇଁ ବାକୁ
ହିଁ ପାଇଥିଲି ଜୀବନ;
ଅପରିଚିତ କେହି ଜଣେ ରୁ
ସାଜିଲ “ସାଥୀ ମୋର ଜନମେ ମରଣେ”।।
ମନେଅଛି! ବର୍ଷା ବତୁରା ସେଇ
ଅଳସି ଅପରାହ୍ନ କଥା;
ଯେଉଁଠି ତୁମେ ଥିଲ, ମୁଁ ଥିଲି;
ଆଉ ତୁମ ପ୍ରକୋଷ୍ଠ ର ନେପଥ୍ୟରେ
ବୋଧହୁଏ ଥିଲା ନିମିଷକ ନୀରବତା;
ଶୂନ୍ୟ ରେ ଚିତ୍କାର କରି ତୁମ ପ୍ରେମକୁ
ବ୍ୟକ୍ତ କରିବାକୁ ଚାହୁଁଥିଲା,
ଚେତେଇ ଦେବାକୁ ଚାହୁଁ ଥିଲା ମୋତେ,
କେତେ ଯେ ଶକ୍ତି ଏଇ ଦୁଇଟି ଶବ୍ଦ ରେ!
ତୁମର ସେ ଫାଜିଲ କାନ୍ଥ ଘଣ୍ଟାର
ଟିକ୍ ଟିକ୍ ଶବ୍ଦସବୁ,
ସତେକି ମୋ ହୃଦ ସ୍ପନ୍ଦନ ରେ
କବଜା କରି ନେଉ ଥିଲେ;
ତୁମ କ୍ୱାର୍ଟର ର ଟାଇଲ ସବୁ
ଗେହ୍ଲେଇ ହେଉଥିଲେ,
ଅସ୍ଥିର ସେ ନଖ ମୁନରେ
ବିଦାରିତ ହୋଇ।।
ଆଖିର ନିଷ୍ପେସିତ ଭାଷାକୁ
ନୀରବ ଓଠର ସେ ଶୂନ୍ୟ ଇସ୍ତାହାର,
ଆହୁତି ଦେଉଥିଲେ ସବୁ ଶୂନ୍ୟ କୁଣ୍ଡରେ;
ସକ୍ଷମ ଥିଲେ ତୁମ ପ୍ରଣୟୀକୁ
ଜାଳି ଦେବାକୁ, ପ୍ରେମ ବହ୍ନି ରେ!
ଦେହର ତାପମାତ୍ରା କ୍ଷୀଣ ହୋଇଯାଉଥିଲା
ଉଛୁଳା ନଈ ଟେ ଦିଗ ବଦଳେଇଲା ଭଳି,
ସଦ୍ୟ ପ୍ରକାଶିତ ଇନ୍ଦ୍ରଧନୁ ରେ
ବୋଧହୁଏ ଲାଗିଥିଲା ଅଷ୍ଟମ ଛିଟା,
ହଁ! ଖୁବ୍ ଗଭୀର ସେ ଦାଗ,
ଠିକ୍ ତୁମ ଧଳା ସାର୍ଟ ରେ
ରକ୍ତ ଜବାର ରକ୍ତିମ ଆଭା ଭଳି ଗଭୀର।।
କାଶ୍ମୀରୀ ସେଓ ଠାରୁ ବି ମୋ ଗାଲ
ଆହୁରି ଲାଲ୍,
କାୟ,ମନ, ବାକ୍ୟରେ ମୁଁ ଯେ
ତୁମ ନଗରୀ ର ବନ୍ଦିନୀ!
ହାତ ପାପୁଲି ରେ ଅନବରତ ଘର୍ଷଣ!
କେଉଁ ମାୟାବୀନି ବୋଧହୁଏ
ମନ୍ତ୍ର ପଢୁଥିଲା,
ଅଦ୍ଭୁତ! ଅତି ଅଦ୍ଭୁତ ସେ
କମନୀୟ ଆକର୍ଷଣ;
କୋହଲା ପାଗରେ ବି ମୁଖେ ତୁମ
ସ୍ବେଦ ର ଅନାବାଦୀ ଛିଟା,
ଇଚ୍ଛା ହେଉଥିଲା, ପୋଛି ଦିଅନ୍ତି କି
ମୋ ନାଲି ଓଢ଼ଣୀ ରେ;
ସେଇ ବାହାନା ରେ ଅନ୍ତତଃ
ଛୁଇଁ ପାରନ୍ତି ତୁମ ମସୃଣ ଚିବୁକ,
ଟିକିଏ ପାଖରୁ ଅନୁଭବ କରନ୍ତି
ତୁମ ଗରମ ପ୍ରଶ୍ଵାସ;
କହିପାରନ୍ତି କି, ତୁମକୁ ମୁଁ
କେତେ ଭଲପାଏ!
ଆଜିବି ସତେଜ ସେ ସ୍ମୃତି ସବୁ
ମୋ ମାନସ ପଟ ରେ,
ତୁମ ତେଜୋଦୀପ୍ତ ଆଖିରେ ଯେ
ଅସରନ୍ତି ପ୍ରେମ ଜୁଆର;
କୃଷ୍ଣପକ୍ଷ ରେ ବି ଆଣି ଦେଇ
ପାରେ ପୂର୍ଣ୍ଣ ଇନ୍ଦୁ!
ସେ ବିଶାଳ ବକ୍ଷର ଗଭୀରତା
ଶହେ ଆମାଜାନ ଠାରୁ
ବି ଆହୁରି ବିଶାଳ,
ଲୋମ କୂପର ଲୋମେ ଲୋମେ
ଅସରନ୍ତି ପ୍ରେମ ସତ୍ତା,
ଗଭୀର ସାଗର ପଙ୍କରେ ଥିବା ମନ ସିନ୍ଧୁକଟି,
କେମିତି ମନ୍ତ୍ରବତ୍ ହୋଇଥିଲା ତୁମର ବନ୍ଦୀ।।
ମୁଁ ଅନୁଭବ କରିଛି ସେ ଆବିଳ ବନ୍ଧନକୁ,
ଛଟପଟ ହେଇଛି ତୁମ
ପ୍ରେମ ସାଗରେ ଝାସ ଦେବାକୁ;
ମୃତ୍ୟୁ ହେଲେ ବି ତୁମ ପ୍ରେମ ଶିଖାରେ
ଜାଳି ହେବାକୁ,
ବହିଗଲେ ବି ତୁମ ଶିରୋଦେଶୁ
ଜନ୍ମ ନେବାକୁ,
ବନ୍ଦୀ ହେଲେ ବି ତୁମ ପ୍ରେମରେ
ଆବଦ୍ଧ ହେବାକୁ,
ସରିଗଲେ ବି ତୁମ ପ୍ରେମର
କବିତା ହେବାକୁ,
ଭୋଗୀ ହୋଇ ତୁମ ପ୍ରେମ ଭୋଗିବାକୁ,
ଯୋଗୀ ହୋଇ ତୁମ ପ୍ରେମ
ଭିକାରୁଣୀ ସାଜି ବାକୁ।।
ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ
ଶେଷରେ,
ଚିର ଇପ୍ସିତ ସେ ଅମିୟ ଅନୁଭବକୁ
ଅଜାଡ଼ି ଦେଇ ଥିଲ;
ମୋ ହାତ ପାପୁଲି ରେ!
ଯେମିତି ମରୁଡି ପ୍ରଭାବିତ ଅଞ୍ଚଳ
ପଲ୍ଲବିତ ହୁଏ ବର୍ଷା ଆଶ୍ଲେଷ ରେ,
ଶାସ୍ଟାଙ୍ଗ ମୋର ଭରି ଯାଇଥିଲା
ବନ୍ୟା ଜଳରେ,
ଠିକ୍ ହିରାକୁଦ ର ବନ୍ଧ ଭାଙ୍ଗିଲା ଭଳି!
କି ଅଦ୍ଭୁତ ସେ ପ୍ରୀତି ଶିହରଣ;
ଭାବାନ୍ତରେ ମନେ ସୃଷ୍ଟି ହୁଏ
ଆଲୋଡ଼ନ,
ମୁଁ ହଜି ଥିଲି, ଭିଜି ଥିଲି,
ଅଗଷ୍ଟର ସେ ନିରୁତା ବିନ୍ଦୁ ରେ,
ସେଇ ମୂହୁର୍ତ୍ତ କୁ ଜୀଇଁ ବାକୁ
ହିଁ ପାଇଥିଲି ଜୀବନ;
ଅପରିଚିତ କେହି ଜଣେ ରୁ
ସାଜିଲ “ସାଥୀ ମୋର ଜନମେ ମରଣେ”।।