ଦେବୀ ଆବାହନ ଆସିଛି ପାର୍ବଣ
ଉଭା ସ୍ୱୟଂ ଦଶଭୁଜା,
ଆସୁରିକ ଶକ୍ତି ନାଶି ଧରା ଧାମେ
ଅଭୟ ଦେବୀ ଗିରିଜା l
ବହୁ ପ୍ରତୀକ୍ଷୀତ ପାର୍ବଣର ପର୍ବ
ଶୁଭ ବେଳା ବିରାଜିଛି,
ଉତ୍ସବ ମୁଖର ପଲ୍ଲୀ ଓ ସହର
ଉଲ୍ଲାସେ ମଜ୍ଜି ଯାଇଛି l
ଆଲୋକମାଳାରେ ସଜାଇ ହୋଇଛି
ଦିଶେ କେଡ଼େ ମନୋହର,
କି ସୁନ୍ଦର ଦେଖ ମଣ୍ଡପେ ବିରାଜେ
ମାଆ ଦୁର୍ଗା ଅବତାର l
ଝଲସେ ପାର୍ବଣ ମେଢ଼ ମଣ୍ଡପ
କେତେ ଜନ ସାମାଗମ,
ଘୋ ଘୋ ନାଦେ ଉଠୁଛି ପଡ଼ୁଛି
ମୋହିନିଏ ସର୍ବ ମନ l
ପାର୍ବଣ ସମ୍ଭାର ସମୃଦ୍ଧି ପରବ
ଶାରଦୀୟ ମହୋତ୍ସବ,
ଦୁର୍ଗତିନାଶିନୀ ଆଣିଛନ୍ତି ଶାନ୍ତି
ନିଆରା ସମ୍ପର୍କ ଭାବ l
ହେ ମାଆ ଦୁର୍ଗା ପାର୍ବଣେ ସଦ୍ଦିଚ୍ଛା
ସର୍ବ ପାପ ହେଉ ନାଶ,
ଶୁଭ ଦିବସରେ ପ୍ରୀତି ପୁଷ୍ପ ଢାଳେ
ମନରେ ନ ରଖ ରୋଷ l
ଶରତ ସମ୍ଭାରେ ବରଷକେ ଥରେ
ପାର୍ବଣ ଏ ଦଶହରା,
ମର୍ତ୍ତ୍ୟରେ ପ୍ରକଟ ଦେବୀ ଦଶଭୁଜା
ହସୁଅଛି ସାରା ଧାରା l