ଉତ୍କୃଷ୍ଟ କଳାର ପ୍ରଭାମୟ ସ୍ଥଳ,
ଉତ୍ତୁଙ୍ଗ ଶିଖରୀ ସୁନ୍ଦରୀ ଉତ୍କଳ।
ଉପସ୍ଥିତ ବକ୍ଷଦେଶେ ଲିଙ୍ଗରାଜ,
ଉପେକ୍ଷିତ କାର୍ଯ୍ୟ କରନ୍ତି ସହଜ।
ଉଚ୍ଚ ଉଚ୍ଚ ଶୃଙ୍ଗରାଜିରେ ଶୋଭିତ,
ଉଚ୍ଛାସେ ଧରଣୀ କରଇ ବିମ୍ବିତ।
ଉଦିତ ମିହିର ଚନ୍ଦ୍ରଭାଗା କୁଳେ,
ଉରଜେ ଗରଜେ ରତ୍ନାକର ସ୍ଥୁଳେ।
ଉକୁଟ କୁକୁଟ ସୁରେ ସୁରମୟ,
ଉକ୍ତ ବାରତାରେ ନଥିବ ସଂଶୟ।
ଉକ୍ଷ ହୋଇ ରୁକ୍ଷ ଅରକ୍ଷ ଆରତ,
ଉଚ୍ଚସ୍ବରେ ଡାକେ ରଖ ଜଗନ୍ମାତଃ।
ଉକ୍ଷତର ତରତରେ ଭ୍ରମି ଭ୍ରମି,
ଉକ୍ଷତରେ କରେ ଜନ୍ତୁରାଣ ଗାମୀ।
ଉକ୍ଷେ ସେ ପଦ୍ମିନୀ ମାଗିଲା ମେଲାଣୀ,
ଉଜାଡି ମିଳନ ବସନ୍ତ ରାଗିଣୀ।
ଉଗ୍ର ହୁଏ ରମିବାକୁ ଏ ହୃଦୟ,
ଉଣ୍ଡି ଏଇ କ୍ଷେତ୍ର ପ୍ରତିମା ନିଳୟ।
ଉଗ୍ରଭାବ ପ୍ରଶମନ ଯେଉଁଠାରେ,
ଉଗ୍ର ବିରାଜନ୍ତି ତାହାର ପଠାରେ।
ଉଗ୍ରଗନ୍ଧ ଗନ୍ଧେ ଯାର ଉପବନ,
ଉପେକ୍ଷିତ କଲା ସୁର ଯଉବନ।
ଉଚ୍ଛାସରେ ମାତୃମୟ ଯାର ତୀର,
ଉତ୍ସେ ବିରାଜିତ କେତେ ସୁରବୀର।
ଉଚିତ ରଚିତ ହୋଇଛି ଉତ୍କଳ,
ଉଦାର ଭାବରେ ବନ୍ଦିତ ଯା କୋଳ।
ଉପାସିତ ଯହିଁ ସ୍ବୟଂ ଜଗନ୍ମାତଃ,
ଉତ୍କଳ ତା ନାମ କହେ ଜଗନ୍ନାଥ।
ଉତ୍କଳ ଗାରିମା
