“” ଭାଗ୍ୟବାନ ବେନି ବାଣୀଙ୍କ କୁମର
କବି ବଳଦେବ ଭଞ୍ଜ ବୀରବର।””
ଚିଳିକା କାବ୍ୟରେ କବିବର ରାଧାନାଥ ରାୟ କବି ବୀରବର ଉପେନ୍ଦ୍ର ଭଞ୍ଜଙ୍କୁ ବିଦ୍ୟା ଦେବୀ ମାତା ସରସ୍ଵତୀଙ୍କ ଭାଗ୍ୟବାନ ପୁତ୍ର ରୂପେ ବର୍ଣନା କରିଛନ୍ତି।
ଏହି ପବିତ୍ର କଳିଙ୍ଗ ଭୂଖଣ୍ତ ଯାହା ଦିନେ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ନିଜର ସାମ୍ରାଜ୍ଯ ବିସ୍ତାର କରିଥିଲେ । ଭଞ୍ଜ ବଂଶୀୟ ରାଜାମାନେ ରାଜ୍ୟଭାର ବହନ କରୁଥିଲେ। ଆଜି ମଧ୍ୟ ବଙ୍ଗୋପ ସାଗର ତଟ ଦେଶରେ ଐତିହ୍ୟ କୀର୍ତ୍ତୀ ଗୁଡିକ ଭଞ୍ଜବୀରଙ୍କ ଐତିହ୍ୟ ଗାନ କରୁଛି। ଆଜି ମଧ୍ୟ ସମଗ୍ର ଭାରତ ବର୍ଷରେ ଏହି ମାଟି ସର୍ବଶ୍ରେଷ୍ଠ କବି ଭାବେ ନିଜର ପରିଚୟ ବଜାଇ ରଖିଛି।
ସମଗ୍ର କଳିଙ୍ଗ ଭୂଖଣ୍ଡ କୁ ଯଦି ଆପଣ ଗୋଟିଏ ପଦ୍ମଫୁଲ ସହିତ ତୁଳନା କରିବେ। ସେଥି ମଧ୍ୟରୁ ଭଞ୍ଜ ଭୂଖଣ୍ଡ ଏକ ପାଖୁଡା ହେବ। ଯେଉଁ ପାଖୁଡାରେ “” ଭଞ୍ଜା ନୁ ଭଞ୍ଜ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ “” ଜନ୍ମ ଗ୍ରହଣ କରିଥିଲେ। ସେ ହେଉଛନ୍ତି ଭଞ୍ଜନଗର କୁଲାଡଗଡ଼ ର ଆତ୍ମା। ଭଞ୍ଜନଗର ର ପରିଚୟ ହେଉଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ।
କବିବର ରାଧାନାଥ ରାୟ ଜୀବନୀ କାହାଣୀ ରୁ ଜଣାଯାଏ। ସେ ଓଡିଆ ପାରମ୍ପାରିକ କାବ୍ୟଶୈଳୀ କୁ ଭଗ୍ନ କରୁଥିଲେ ଏହାର କାରଣ ସେ ଓଡିଆ କବିତା ଲେଖିବା ପୂର୍ବରୁ ବଙ୍ଗଳା କବିତା ଲେଖିବାକୁ ଭଲପାଉଥିଲେ। ଓଡିଆ କବିତା ପ୍ରତି ତାଙ୍କର ଭଲପାଇବା ନଥିଲା। ମାତ୍ର ସମୟର ପରିବର୍ତ୍ତନ ହୋଇ ସେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଙ୍କ କବିତା ପଠନ କରିବା ପାଇଁ ଧିରେ ଧିରେ ମନ ବଳାଇଲେ।
ବାଲେଶ୍ଵର ମାଟି ର କବି କବିବର ରାଧାନାଥ ରାୟ ଯିଏ କି ଓଡିଆ ସାହିତ୍ୟର ଜଗତରେ ଆଧୁନିକ ଯୁଗର ସ୍ରଷ୍ଠା ଭାବେ ପରିଚିତ କବିବୟ ରାଧାନାଥ ରାୟ ନିଜର ଚିଳିକା କାବ୍ୟରେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଓ କବି ସୂର୍ଯ୍ୟ ବଳଦେବ ରଥଙ୍କ ଗୁନଗାନ କରି ଲେଖିଲେ।
“”ଭାଗ୍ୟବାନ ବେନି ବାଣୀଙ୍କ କୁମର
କବି ବଳଦେବ ଭଞ୍ଜ ବୀରବର।””
ଦିନେ ବିଶିଷ୍ଟ ବଙ୍ଗ କବି ପଣ୍ଡିତ ଭୂଦେବ ମୁଖୋପାଧ୍ୟାୟା ଓଡିଶା ଗସ୍ତରେ ଆସିଥିଲେ । ଏହି ସମୟରେ ତାଙ୍କର ସାକ୍ଷାତକାର ହୋଇଥାଏ । କବିବର ରାଧାନାଥଙ୍କ ସହିତ । ଉଭୟଙ୍କ ଭୂବନେଶ୍ଵର ପରିଭ୍ରମଣ ସମୟରେ ମନ୍ଦିରମାଳିଣୀ ବିଭିନ୍ନ କୀର୍ତ୍ତି ରାଜର ଅଳଙ୍କାର ପିନ୍ଧି ବହୁତ ସୁନ୍ଦର ଦୃଶ୍ଯମାନ ହେଉଥାଏ। ଭୂବନେଶ୍ଵର ସହର ।ଏହି ସୁନ୍ଦରତାରେ ମୁଗ୍ଧକର ହୋଇ ବିଶିଷ୍ଟ ବଙ୍ଗ କବି ଭୂଦେବ ଅନୁରୋଧ କରିଥିଲେ କିଛି ଶ୍ଳୋକ ଆବୃତ୍ତି କରିବା ନିମନ୍ତେ।
ଭୂଦେବଙ୍କ ଅନୁରୋଧ ରକ୍ଷା କରି କବିବର ରାଧାନାଥ ରାୟ ଉପେନ୍ଦ୍ରଭଞ୍ଜଙ୍କ ””ବୈଦହୀଶ ବିଳାସ “”” କୁ ଅତି ସରଳ ଓ ସୁନ୍ଦର ଭାଷାରେ ଉଛମାନର ପଦରେ ବାଖ୍ୟା କରିଥିଲେ ଏବଂ ପରେ ପରେ “”ଲାବଣ୍ୟବତୀ”” ର କିଛି ଟା କାବ୍ୟ ଆବୃତ୍ତି କରି ମୋହି ନେଇଥିଲେ ବିଶିଷ୍ଟ ବଙ୍ଗ ପଣ୍ଡିତ ଭୂଦେବଙ୍କ ହୃଦୟ।
ପ୍ରତ୍ୟାବର୍ତ୍ତନ ସମୟରେ ବଙ୍ଗ କବି ଭୂଦେବ କବିବର ରାଧାନାଥ ରାୟ ଏବଂ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଙ୍କୁ ସମ୍ମାନ ଜଣାଇ ଗୋଟିଏ ବଙ୍ଗଳା ଭାଷାରେ ଗୋଟିଏ କବିତା ଲେଖିଥିଲେ।
” ସେଇ ମୂହୁର୍ତ୍ତ ପ୍ରିୟବର ମମ ସନ୍ନିଧାନେ
ବସିୟା ଅଗାଧ ସୁଖେ
ହରଷିତ ସ୍ମିତମୁଖେ
ଉପେନ୍ଦ୍ର ଭଞ୍ଜେଇ ସେଇ କବିଜା ସୁନ୍ଦର
ଶୁନାୟେ ମୋହିୟାଛିଲ ଆମାର ଅନ୍ତର।””
ଆପଣ ଏଥିରେ ଭାବି ପାରୁଥିବେ ଭଞ୍ଜଖଣ୍ଡ ବା ଉପେନ୍ଦ୍ରଭଞ୍ଜ ଙ୍କ ଲେଖା କେତେ ଐଶ୍ଚର୍ୟ୍ଯ ଥିଲା ଯାହାଙ୍କ ଓଡିଆ କାବ୍ୟଶୈଳୀ ପ୍ରତି ତିଳେ ମାତ୍ର ଭଲପାଇବା ନଥିଲା। ଜଣେ ଓଡିଆ ଜାତି ର ପୁଅ ଯିଏ ବଙ୍ଗ ଭାଷାରେ କବିତା ଲେଖିବାକୁ ଭଲ ପାଉଥିଲେ ଏବଂ ବାରମ୍ବାର ଓଡି଼ଆ ପାରମ୍ପାରିକ କାବ୍ୟଶୈଳୀ କୁ ଭଗ୍ନକରୁଥିଲେ ସେ ଭଞ୍ଜଙ୍କ କବିତା ପଡି ତାହା ମନ୍ତ୍ରମୁଗ୍ଧ କରିପାରିଥିଲେ।
ବିଶିଷ୍ଟ ବଙ୍ଗ କବି ପଣ୍ଡିତ ଭୂଦେବ ମୁଖୋପାଧ୍ୟାୟା ଓଡିଶା ଗସ୍ତରେ ଆସିଥିଲେ । ଏହି ସମୟରେ ତାଙ୍କର ସାକ୍ଷାତକାର ହୋଇଥାଏ । କବିବର ରାଧାନାଥଙ୍କ ସହିତ । ଉଭୟଙ୍କ ଭୂବନେଶ୍ଵର ପରିଭ୍ରମଣ ସମୟରେ ମନ୍ଦିରମାଳିଣୀ ବିଭିନ୍ନ କୀର୍ତ୍ତି ରାଜର ଅଳଙ୍କାର ପିନ୍ଧି ବହୁତ ସୁନ୍ଦର ଦୃଶ୍ଯମାନ ହେଉଥାଏ। ଭୂବନେଶ୍ଵର ସହର ।ଏହି ସୁନ୍ଦରତାରେ ମୁଗ୍ଧକର ହୋଇ ବିଶିଷ୍ଟ ବଙ୍ଗ କବି ଭୂଦେବ ଅନୁରୋଧ କରିଥିଲେ କିଛି ଶ୍ଳୋକ ଆବୃତ୍ତି କରିବା ନିମନ୍ତେ।
ଭୂଦେବଙ୍କ ଅନୁରୋଧ ରକ୍ଷା କରି କବିବର ରାଧାନାଥ ରାୟ ଉପେନ୍ଦ୍ରଭଞ୍ଜଙ୍କ ””ବୈଦହୀଶ ବିଳାସ “”” କୁ ଅତି ସରଳ ଓ ସୁନ୍ଦର ଭାଷାରେ ଉଛମାନର ପଦରେ ବାଖ୍ୟା କରିଥିଲେ ଏବଂ ପରେ ପରେ “”ଲାବଣ୍ୟବତୀ”” ର କିଛି ଟା କାବ୍ୟ ଆବୃତ୍ତି କରି ମୋହି ନେଇଥିଲେ ବିଶିଷ୍ଟ ବଙ୍ଗ ପଣ୍ଡିତ ଭୂଦେବଙ୍କ ହୃଦୟ।
ପ୍ରତ୍ୟାବର୍ତ୍ତନ ସମୟରେ ବଙ୍ଗ କବି ଭୂଦେବ କବିବର ରାଧାନାଥ ରାୟ ଏବଂ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଙ୍କୁ ସମ୍ମାନ ଜଣାଇ ଗୋଟିଏ ବଙ୍ଗଳା ଭାଷାରେ ଗୋଟିଏ କବିତା ଲେଖିଥିଲେ।
” ସେଇ ମୂହୁର୍ତ୍ତ ପ୍ରିୟବର ମମ ସନ୍ନିଧାନେ
ବସିୟା ଅଗାଧ ସୁଖେ
ହରଷିତ ସ୍ମିତମୁଖେ
ଉପେନ୍ଦ୍ର ଭଞ୍ଜେଇ ସେଇ କବିଜା ସୁନ୍ଦର
ଶୁନାୟେ ମୋହିୟାଛିଲ ଆମାର ଅନ୍ତର।””
ବାଲେଶ୍ଵର ମାଟିରେ ଜନ୍ମଗ୍ରହଣ କରିଥିବା କବିବର ରାଧାନାଥ ରାୟଙ୍କୁ ମୋର ଶତ ପ୍ରଣାମ। ଯାହାଙ୍କ ପାଇଁ ଆଜି ମଧ୍ୟ ବଙ୍ଗଳା ର ବିଭିନ୍ନ ବିଶ୍ଵବିଦ୍ୟାଳୟ ରେ ଉପେନ୍ଦ୍ରଭଞ୍ଜଙ୍କ କବିତା ପଠନ କରାଯାଉଛି।
ଆପଣ ଏହି ପୂଣ୍ୟଭୂମି ଭଞ୍ଜଭୂମି କୁ ଆସି ନିଜର ଅନୁଭୂତି କୁ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି। ଆଶା କରୁଛି କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଙ୍କୁ ଆପଣ ସାରା ବିଶ୍ଵରେ ପରିଚିତ କରାଇବେ।
“”” ଯେ ବଂଶେ ଇଷ୍ଟ ଦୁର୍ଗା ଦେବୀ
ବରହୀ କୋଷରୁ ସମ୍ଭବି
ଭଞ୍ଜାନୁ ଭଞ୍ଜ ନାମ ସୁତ
ବୀରବର ନାମେ ପରିଚିତ
ତାଙ୍କରି ପାଦତଳେ ହୁଏ
ମୁଁ କୋଟି କୋଟି ଦଣ୍ଡବତ।”””





