ଜାତୀୟ ପଠନ ଦିବସ ଅବସରରେ କିଛି କଥା

ଆଜି ହେଉଛି ଜାତୀୟ ପଠନ ଦିବସ। କେରଳର ଲାଇବ୍ରେରୀ ଏବଂ ସାକ୍ଷରତା ଆନ୍ଦୋଳନର ପିତା ବିବେଚିତ ହୋଇଥିବା ପି ଏନ ପାନିକରଙ୍କ ସମ୍ମାନାର୍ଥେ ଏହି ଦିନ ପାଳନ କରାଯାଏ। ଏହା ମଧ୍ୟ ମାସର ଡିଜିଟାଲ୍ ପଠନ ଉତ୍ସବର ଆରମ୍ଭକୁ ଦର୍ଶାଇ ଥାଏ। କେରଳ ସରକାରଙ୍କ ଦ୍ୱାରା 19 ଜୁନ୍, 1996 ରେ ଏକ ପଠନ ଦିବସ ଉତ୍ସବ ଭାବରେ ଆରମ୍ଭ ହୋଇଥିଲା। ପି ଏନ ପାନିକର୍ ଫାଉଣ୍ଡେସନ୍ ଏହି ଜାତୀୟ ପଠନ ଦିବସ ମାଧ୍ୟମରେ ରାଜ୍ୟରେ ସାକ୍ଷରତା ତଥା ପଢ଼ିବାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିଲା।

ପି ଏନ୍ ପାନିକର୍ ଫାଉଣ୍ଡେସନ୍ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହଯୋଗରେ କେନ୍ଦ୍ର ତଥା ରାଜ୍ୟ ସରକାର, ନିତି ଆୟୋଗ, ନ୍ୟାସନାଲ୍ ଡିଜିଟାଲ୍ ଲାଇବ୍ରେରୀ ଅଫ୍ ଇଣ୍ଡିଆ ଦ୍ୱାରା ମାସବ୍ୟାପୀ ଉତ୍ସବ ପାଇଁ ଅନେକ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି।

ଭାରତରେ ପ୍ରତିବର୍ଷ ଜୁନ୍ 19 ରେ ଜାତୀୟ ପଠନ ଦିବସ ପାଳନ କରାଯାଏ। ପଢ଼ିବାର ମହତ୍ତ୍ଵ ବିଷୟରେ ଯୁବ ପିଢ଼ି ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜାତୀୟ ପଠନ ଦିବସ ପାଳନ କରାଯାଏ। ପଢ଼ିବାର ଅଭ୍ୟାସ ସମସ୍ତଙ୍କ ମଧ୍ୟରେ ବିକଶିତ ହେବା ଉଚିତ କାରଣ ପଢ଼ିବା କେବଳ ଆମର ଜ୍ଞାନକୁ ବୃଦ୍ଧି କରେ ନାହିଁ ବରଂ ବ୍ୟକ୍ତିଗତ ଶାନ୍ତି, ଏକାଗ୍ରତା ବୃଦ୍ଧି, ସ୍ମୃତି ଶକ୍ତି ବୃଦ୍ଧି ଏବଂ ଧର୍ଯ୍ୟବାନ ମଧ୍ୟ କରିଥାଏ। ପଢ଼ିବା ଦ୍ଵାରା ଆମର ସୃଜନଶୀଳତା ବିଶ୍ଳେଷଣାତ୍ମକ କ୍ଷମତା ତଥା ଶବ୍ଦଜ୍ଞାନକୁ ବୃଦ୍ଧି କରିଥାଏ।
ଜାତୀୟ ପଠନ ଦିବସକୁ “ଭାୟାନାଦିନାମ” ମଧ୍ୟ କୁହାଯାଏ ଏବଂ ଏହି ନାମ କେରଳ ସରକାର ପ୍ରଦାନ କରିଛନ୍ତି।

ଆଜିକାଲି ପଢ଼ିବା ଅଭ୍ୟାସ ପ୍ରାୟ ହ୍ରାସ ପାଇଛି କାରଣ ଲୋକମାନେ ମୋବାଇଲ୍, ଟେଲିଭିଜନ ଇତ୍ୟାଦି ମନୋରଞ୍ଜନର ଅନ୍ୟ ମୋଡ୍ ପସନ୍ଦ କରନ୍ତି। ବ୍ୟସ୍ତତାର ଆଳ ଦେଖାଇ ସମସ୍ତେ ପଢ଼ିବାକୁ ସହଜରେ ଏଡେ଼ଇ ଦେଉଛନ୍ତି ଏହା ଦ୍ବାରା ପଢ଼ିବା ଦ୍ଵାରା ହେଉଥିବା ଲାଭରୁ ଯୁବ ପିଢ଼ି ବଞ୍ଚିତ ହେଉଛନ୍ତି।

2022 ଜାତୀୟ ପଠନ ଦିବସର ବିଷୟବସ୍ତୁ ହେଉଛି “ପଢ଼ ଓ ବଢ଼ (Read & Grow)” | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 19 ଜୁନ୍ 2017 ରେ 22 ତମ ଜାତୀୟ ପଠନ ମହୋତ୍ସବ ଆରମ୍ଭ କରିଥିଲେ। ଉଦ୍ଘାଟନୀ ଅଭିଭାଷଣରେ ସେ ଦେଶର ଲୋକଙ୍କୁ “ପଢନ୍ତୁ ଓ ବଢନ୍ତୁ” ଥିମ୍ ର ବିସ୍ତାର କରିବାକୁ ଏବଂ 2022 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରଖିବାକୁ କହିଥିଲେ, ଯାହା ଆଜି ପର୍ଯ୍ୟନ୍ତ ଚାଲି ଆସିଛି।

ପରିଶେଷରେ ଏତିକି କହିବାକୁ ହେବ ଯେ ପଢ଼ିବା ଅଭ୍ୟାସ ଜ୍ଞାନ ଲିପ୍ସୁ ସମସ୍ତ ମଣିଷ ପାଇଁ ଏକ ଅପରିହାର୍ଯ୍ୟ। ଏହା ସମାଜର ସମସ୍ତ ବର୍ଗର ନାଗରିକ ଅର୍ଥାତ୍, ଛାତ୍ର, ଲେଖକ, ବୈଜ୍ଞାନିକ, ସାମ୍ବାଦିକ ଆଦି ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଲେଖକ ମାନଙ୍କ ପାଇଁ ପଢ଼ିବା ଏକ ଟନିକ୍ କହିଲେ ଅତ୍ୟୁକ୍ତି ହେବନାହିଁ। ପଢ଼ିବା ଦ୍ଵାରା ତାଙ୍କର ଜ୍ଞାନ, ସୃଜନଶୀଳତା ଓ ଶବ୍ଦର ପରିସୀମା ବୃଦ୍ଧି ପାଇଥାଏ ଯାହା ଦ୍ୱାରା ତାଙ୍କ ଲେଖା ଅଧିକ ଶାଣିତ ଓ ବିକଶିତ ହୋଇଥାଏ। ତେଣୁ ଆସନ୍ତୁ ଏହି ପଠନ ଦିବସ ଅବସରରେ ଆମର ପଢ଼ିବା ଆଭ୍ୟାସକୁ ତ୍ୱରାନ୍ୱିତ କରିବା।

Leave a Comment

Your email address will not be published. Required fields are marked *