ନୂଆ ଏକ ରଜ ସଜ

ଆତ୍ମୀୟତା କୁ ଉଡ଼େଇ ଦେଇ
ଉଡୁଛି ଆଜି ଆଧୁନିକ ଚାକଚକ୍ୟ ର ଧ୍ୱଜା,
ନାଁ ତାସପାଲି ନାଁ ଲୁଡୁ ଖେଳର ମଜା।…..(୧)

କ୍ରୁର ଆଜି ମାନବିକତା ଆଉ ହୀନ ମାନସିକତା
ଗଛଟିଏ ନାହିଁ ଟଙ୍ଗା ହେବାକୁ ଦୋଳି,
ତେଣୁ ଖାଲି ପ୍ରାକୃତିକ ବିପର୍ଯ୍ୟୟ ର ଗହଳି।…..(୨)

ନାହିଁ ସେ ଖିଲି ପାନର ଖିଆଲି ପଣ
ନାଁ ଅଛି ଚପଳ ସେ କୁଆଁରୀ ମନ,
ଖୁସି ଦେଇପାରେନା ପହିଲି ଆଷାଢ଼ ଆଗମନ…..(୩)

ନାଁ ଦେହ ମନରେ ପ୍ରାଣ ଭରେ
ସେ ଆନମନା ମୌସୁମୀ ସ୍ୱନ,
ନାଁ ଶୁଭେ ବନସ୍ତେ ଡାକିଲା ଗଜ ର ଗାନ।…..(୪)

ନାହିଁ ଆଉ ସେ ପୋଡପିଠା ର ସ୍ଵାଦ
ସାମାଜିକ ଗଣମାଧ୍ୟମରେ ଖାଲି,
ଦାମି ଅଳଙ୍କାର ଆଉ ପୋଷାକର ସଜ।…..(୫)

ବାସ୍ତବ ଜଗତେ କେବଳ ପ୍ରତିଦ୍ବନ୍ଦିତା ର ଇଚ୍ଛା
ଆଉ ସାମାଜିକ ଗଣମାଧ୍ୟମରେ,
ସୁଅ ଛୁଟେ ରଜର ଶୁଭେଚ୍ଛା।…..(୬)

ମଉଜ ମଜଲିସ୍ ଦୋଳିରେ ଆଉ ଝୁଲେ ନାହିଁ ମନ
କି ଏକତା ,ବନ୍ଧୁତା, ଭାବପ୍ରବଣତା କୁ ସୂଚାଏ ନାହିଁ,
ଖିଲି ପାନର ସେ ଖିଆଲି ପଣ।…..(୭)

ପ୍ରାଚୀନ ସଂସ୍କୃତି, ଐତିହ୍ୟ,ପରମ୍ପରାକୁ
ଲୀନ କରିଦେଇଛି ଏ ଚାକଚକ୍ୟର ଠାଣି,
ଜାତିର ମାନକୁ ମାଟିରେ ମିଶାଇ
ଓଡ଼ିଆ କହେ ମୁଁ ସ୍ଵାଭିମାନୀ…..(୮)

ଆଧୁନିକ ମାନସିକତା ଏପରି ପାଗଳ କରିଛି
ଓଡ଼ିଆଟିଏ ଭୁଲିଯାଇଛି ପ୍ରାଚୀନତା ଓ ଆତ୍ମୀୟତା,
ଅଭିନ୍ନ ଓ ନୂଆ ଏକ ରଙ୍ଗର ଆଜି ରଜ
ଯେଉଁଠାରେ କେବଳ ଦେଖାଇ ହେବାର ଭାବ।…..(୯)

Leave a Comment

Your email address will not be published. Required fields are marked *