ଆଜି ର କାହାଣୀ ମନୁଆ ଉପରେ |
ଯଦୁପୁର ବୋଲି ଗୋଟେ ଛୋଟ ଗାଁ ଟିଏ |ସେହି ଗାଁ ରେ ମନୁଆ ବୋଲି ଜଣେ ଲୋକ ଥିଲା |ମନୁଆ ସେଇ ଗ୍ରାମରେ ଅଳିଆ ସବୁଦିନ ନିଏ |ଚାକିରୀ ସ୍ଥାୟୀ ନଥିବାରୁ ମନୁଆ ସବୁବେଳେ ମନ ଦୁଃଖ କରେ |ପଇସା ମଧ୍ୟ କମ ମିଳେ | ମନୁଆ ପ୍ରତିଦିନ ଗାଁ ଗାଁ ବୁଲି ଅଳିଆ ଡବା ରୁ ଅଳିଆ ନେଇ ତା ଗାଡ଼ିରେ ଯାଏ|ଅଳିଆ କୁ ଗାଁ ମୁଣ୍ଡ ରେ ଥିବା ଗୋଟେ ଜମି ରେ ନେଇ ମନୁଆ ଫିଙ୍ଗି ଦିଏ |ଅଳିଆ ଶୁଖି ଗଲା ପରେ ତାକୁ ସିଏ ଜାଳି ଦିଏ |
ମନୁଆ ର କାମ ଦେଖି ସରକାର ତାହାର ଚାକିରୀ କୁ ସ୍ଥାୟୀ କରାଇ ଦେଲେ |ମନୁଆ ମନ ବହୁତ ଖୁସି ଥିଲା ସେଦିନ |ଚାକିରୀ ସ୍ଥାୟୀ ସାଙ୍ଗକୁ ଦରମା ବି ବଢିଗଲା |
ସେଦିନ ମନୁଆ ଶୋଇଥାଏ |ମନୁଆ ସ୍ତ୍ରୀ ଆସି ଡାକୁଥାଏ |
ହଇହୋ….! ଏତେ ସମୟ ହେଲାଣି କଣ ଆଜି ତୁମେ କାମ କୁ ଯିବନି ? ଖରା ବହୁତ ହେଉଛି |
ମନୁଆ ଉଠି କହିଲା କାହିଁକି ସକାଳୁ ସକାଳୁ ମୋ ନିଦ ତୁମେ ଭାଙ୍ଗୁଛ|ମୁଁ କାମ କୁ ଯାଇ ପାରିବିନି |ଏତେଦିନ ପରେ ମୋର ସ୍ବପ୍ନ ସାକାର ହେଲା |ମୁଁ ଏବେ ଦୁଇଦିନ ଆରାମ କରିବି |ତାପରେ ଯିବି ଅଳିଆ ଉଠାଇ ବାକୁ |ଅଳିଆ ଉଠାଇବା ବହୁତ କଷ୍ଟ କାମ |
ତୁମେ କଣ ଭାବୁଛ ଏ କାମ କଣ ଏତେ ସହଜ | ଯିଏ ନାହିଁ ସିଏ କରିପାରିବ |
ଏକଥା ଶୁଣି ମନୁଆ ସ୍ତ୍ରୀ କହିଲା ତାହାଲେ ତୁମକୁ ସରକାରୀ ଚାକିରୀ ରୁ ବାହାର କରିଦେବେ |
ମନୁଆ ସ୍ତ୍ରୀ କଥାରେ ଠୋ ଠୋ ହୋଇ ହସୁଥାଏ |ତୁମେ ସତରେ ଅପାଠୁଆ |ସରକାରୀ ଚାକିରୀ ରୁ କାଢ଼ିବା ବହୁତ କଷ୍ଟକର |ଏ ଯୋଉ ଫାଲତୁ ଲୋକ ମାନଙ୍କର ଅଳିଆ କଣ ମୁଁ ଠିକା ନେଇଛି ଉଠେଇବି ବୋଲି |
ମୁଁ ଆଉ କିଛି ସମୟ ଶୋଇବି |ତୁ ଯା ମୋତେ ଏଠି ନିଦରେ ବାଧା ସୃଷ୍ଟି କରେନି |
ମନୁଆ ସ୍ତ୍ରୀ ସେଠାରୁ ପଳାଇଗଲା |
ଦୁଇ ଦିନ ପରେ ମନୁଆ ଅଳିଆ ଉଠାଇବା ପାଇଁ ଗ୍ରାମ କୁ ଗଲା |ଜଣେ ସ୍ତ୍ରୀ ଲୋକ ଛିଡା ହୋଇଥାଏ |ମନୁଆ କୁ ଦେଖି କହିଲେ କଣ ମନୁଆ ଦୁଇ ଦିନ ହେବ ଅଳିଆ ଉଠେଇବା ପାଇଁ ଆସିନାହିଁ |ଜାଣିଛ ଏତେ ଗନ୍ଧ ହେଉଛି ଅଳିଆ ସବୁ ପଚିକି |
ମନୁଆ ସ୍ତ୍ରୀ ଲୋକଟିକୁ କହିଲା ଅଳିଆ ଏମିତି ରଖିଲେ ଗନ୍ଧ ହେବେନି କଣ ବାସିବ |ମୁଁ ଏଥର ଦୁଇଦିନ ରେ ଥରେ ଆସିବି ଅଳିଆ ନେବା ପାଇଁ |ତୁମେ ଏତେ ଜୋରରେ କହୁଛ ଯଦି ବେଶି କହିବ ଏମିତି ଅଳିଆ ତୁମ ଦାଣ୍ଡରେ ପଡ଼ିଥିବ ମୁଁ ବିଲକୁଲ ବି ନେବାକୁ ଆସିବିନି |ହୁଁ…କଣ ନାଁ କଲେକ୍ଟର ଭଳି କଥା କହୁଛି ମୋ ସହିତ ସକାଳୁ ସକାଳୁ |
ଏଥର ମନୁଆ ଗାଁ ମୁଣ୍ଡରେ ଥିବା ଜମିରେ ଅଳିଆ ନ ଫିଙ୍ଗି ଏଣେ ତେଣେ ଫିଙ୍ଗିଲା |ଅଳିଆ ସବୁକୁ ଜାଳି ଦେବା ପାଇଁ ମଧ୍ୟ ଭୁଲି ଗଲା |
ଅଳିଆ ଗନ୍ଧରେ ଲୋକମାନେ ଯାଇ ଆସି ପାରିଲେନି |ଯେଉଁ ମାନେ ସେ ରାସ୍ତା ଦେଇ ଯାଉଥିଲେ ନାକରେ ହାତ ଦେଉଥିଲେ |ଏମିତିକି ମନୁଆ ଗାଡ଼ିରେ ଅଳିଆ ନେବା ବେଳେ କିଛି ଅଳିଆ ମଧ୍ୟ ରାସ୍ତାରେ ପଡୁଥିଲା |ହେଲେ ମନୁଆ କୁ କିଛି ଫରକ ପଡୁ ନଥିଲା |
ଗାଁ ମୁଣ୍ଡରେ ପ୍ଲାଷ୍ଟିକ ବ୍ୟାଗ ରେ ଅଳିଆ ପଡିଥିବାର ଦେଖି କିଛି ଗାଈ ଆସି ସେଠାରେ ଖାଉଥିଲେ |ଏତିକି ବେଳେ ଗୋଟେ ଗାଈ ପ୍ଲାଷ୍ଟିକ ବ୍ୟାଗ କୁ ଖାଇଦେଇଥାଏ ଏବଂ ବହୁତ ଜୋରରେ ବୋବାଉଥିଲା |ପାଖରେ ସନିଆ ଖେଳୁଥିଲା |ସନିଆ ଦେଖିବାକୁ ପାଇଲା ଗାଈ ଟି ପ୍ଲାଷ୍ଟକ ବ୍ୟାଗ ଅଳିଆ ରୁ ଖାଇଦେଇଛି |
ସନିଆ ଯାଇଁ ମନୁଆ କୁ କହିଲା ଅଙ୍କଲ ତୁମେ ଯେଉଁ ଏସବୁ କରୁଛ କଣ ଠିକ କରୁଛ |?ଅଳିଆ ଏଣେ ତେଣେ ପକାଉଛ |ଯାହାଦ୍ୱାରା ବହୁତ ଗନ୍ଧ ହେଉଛି |ଆମେ ସେ ପଡିଆରେ ଖେଳି ବି ପାରୁନୁ |ଆଜି ଗୋଟେ ଗାଈ ପ୍ଲାଷ୍ଟିକ ଖାଇ ବହୁତ ଯନ୍ତ୍ରଣା ଅନୁଭବ କରୁଥିଲା |ମୁଁ ତାକୁ ରକ୍ଷା କଲି |
ତୁ ମୋତେ କଣ ଏମିତି କହୁଛୁ |ତୁ ଗୋଟେ ଛୋଟ ପିଲା ମୋତେ କହୁଛୁ ମୁଁ ଭୁଲ କାମ କରୁଛି |ତୁ ବୋଧେ ଜାଣିନୁ ମୁଁ ସରକାରୀ ଚାକିରୀ କରୁଛି |ତୁ ତ ଜଣେ ଦିନ ମଜୁରିଆ ର ପୁଅ |ତୁ କଣ ବୁଝିବୁ ସରକାରୀ ଚାକିରୀ କଣ |ଯା ଯା ମୋ ରାସ୍ତାରୁ ହଟି ଯା |
ସନିଆ ରାଗିଗଲା ଏବଂ ଭାବିଲା ମନୁଆ ଅଙ୍କଲ କୁ ଗୋଟେ ପାନେ ଦେବ |କିଛିଦିନ ପରେ ପଞ୍ଚାୟତ ଅଫିସର ମନୁଆ କୁ ଡାକି କହିଲେ ମନୁଆ ତୁ ତ ଟ୍ରଲି ରେ ଅଳିଆ ନେବା ଆଣିବା କରୁଛୁ |ଏବେ ସରକାର ସବୁ ଗାଁ ପାଇଁ ଅଳିଆ ଗାଡି ଦେଉଛନ୍ତି |ସେଥିରେ ତୋତେ ନିଜକୁ କିଛି କରିବାକୁ ପଡ଼ିବନି |ଅଳିଆ ଗାଡି ରେ ପଛ ପଟେ ଗୋଟେ ଅଟୋମାଟିକ ଯନ୍ତ୍ର ଲଗାଯାଇଛି |ସିଏ ଅଳିଆ ଉଠାଇ ଦେବ |ହେଲେ ତୋତେ ଗାଡ଼ିରେ ଥିବା ସ୍ବିଚ କୁ ଭଲରେ ପ୍ରେସ କରିବାକୁ ହେବ |ତୁ ଚଳେଇବା ଜାଣୁ |
ହଁ ସାର…! ଏଇ ଗୋଟେ କଥା ମୁଁ ସବୁ ଜାଣେ ଚଲେଇବା |
ମନୁଆ କିନ୍ତୁ ଜାଣି ନଥିଲା |କାଳେ ତା ଚାକିରୀ ଚାଲିଯିବ ଡରରେ ହଁ କହିଲା |
ତା ପରଦିନ ସେଇ ଗାଡି ରେ ଅଳିଆ ନେବା ପାଇଁ ଯେତେବେଳେ ଆସିଲା |ଗାଡି ରେ ଥିବା ଯନ୍ତ୍ର ଦ୍ୱାରା ଅଳିଆ ଉଠୁଥିବା ବେଳେ ଭୁଲରେ ମନୁଆ ଅନ୍ୟ ଏକ ସ୍ବିଚ ପ୍ରେସ କରିଦିଏ |ଫଳରେ ଅଳିଆ ସବୁ ତଳେ ପଡ଼ିଯାଏ |
ସେଠାରେ ଥିବା ଲୋକଙ୍କ ଘର ଆଗରେ ଅଳିଆ ପଡ଼ିବାର ଦେଖି ଲୋକମାନେ ମନୁଆ ଉପରେ ରାଗିଯାଆନ୍ତି |ମନୁଆ ସେମାନଙ୍କୁ କୁହେ ମୁଁ ଏ ଅଳିଆ ସବୁ ଉଠେଇ ଦେଉଛି |
ସନିଆ ତ ମନୁଆ ଉପରେ ରାଗିଥିଲା ଦିନେ ମନୁଆ ରାତିରେ ଶୋଇବା ବେଳେ ସନିଆ ଆସି ତା ଗାଡି କୁ ନେଇଗଲା |
ସନିଆ ମନୁଆ ଗାଡ଼ିରେ ଗାଁ ମୁଣ୍ଡରେ ଥିବା ଲୋକଙ୍କ ଘର ଆଗରୁ ଉଠାଇ ଆଣି ମନୁଆ ଘର ଆଗରେ ରଖିଦେଲା |ପରେ ଘର ବାହାରେ ଯେଉଁ ଲୋକ ମାନେ ଖଟିଆ ପକାଇ ଥିଲେ ସେସବୁ ମଧ୍ୟ ଟେକିକି ଆଣି ମନୁଆ ଘର ଆଗରେ ପକାଇଦେଲା |
ଯେତେବେଳେ ସକାଳ ହେଲା ଲୋକମାନେ ଦେଖିଲେ ସେମାନଙ୍କର ସବୁ ଜିନିଷ ମନୁଆ ଘର ଆଗରେ ଲୋକମାନେ ମନୁଆ କୁ ଗାଳିଦେଲେ |ଏତିକି ବେଳେ ସନିଆ କହିଲା ମନୁଆ କୁ ଗାଡି ଚଲେଇବା ଆସେ ନାହିଁ |ମୁଁ ନିଜ ଆଖିରେ ଦେଖିଛି ସେଦିନ ମୁଁ ଏମିତି କହିବାରୁ ସବୁ ଜିନିଷ ସିଏ ଆଣି ଏଠାରେ ପକେଇଦେଇଛି |
ସବୁ ଲୋକମାନେ ରାଗିକି ମନୁଆ କୁ ବାଡେ଼ଇଲେ |ଏକଥା ଗ୍ରାମ ପଞ୍ଚାୟତ ଅଫିସ ରେ ଥିବା ବାବୁ ଙ୍କ ପାଖରେ ପଡିଲା |ମନୁଆ କୁ ଡାକି ବାବୁ କହିଲେ ଆଜି ଠୁ ତୋର ଆଉ ସରକାରୀ ଚାକିରୀ ନାହିଁ |ତୁ ତୋ ରିକ୍ସା ରେ ଯେମିତି ଅସ୍ଥାୟୀ କାମ ଆଗରୁ କରୁଥିଲୁ ଠିକ ଏବେ ଠୁ ସେମିତି କରିବୁ |
ଯଦି କାମ ଭଲ କରୁ ତାହାଲେ ମୁଁ ଭାବିବି ତୋତେ ସ୍ଥାୟୀ ଚାକିରି ଦେବା ପାଇଁ |ମନୁଆ ତା ପରଠୁ ଠିକ୍ କାମ କଲା |
ଗର୍ବ ମଣିଷ କୁ ଛାରଖାର କରିଦିଏ |
… ସମାପ୍ତ…






Really nice
Nice story
Nice one
Nice one