ବେଦ ଓ ପୁରାଣେ ରହିଛି ଉଲ୍ଲେଖ
ଆଶ୍ୱିନର ଶୁକ୍ଳପକ୍ଷ
ପ୍ରତିପଦ ଠାରୁ ଦଶମୀର ତିଥି
ସୁପବିତ୍ର ଶୂଚିବନ୍ତ ।
ପ୍ରତି ହୃଦ ପ୍ରାଣ ଅନ୍ନ କଣ କଣ
ହୁଏ ଶକ୍ତି ପ୍ରଚୋଦିତ
ଜାଗିଉଠେ ମନେ ଭାବନା ସଦିଚ୍ଛା
ସୁବିଶ୍ୱ।ସ ଆତ୍ମତତ୍ତ୍ୱ ।
ମିଳେ ସୁପୋଷଣ ମାନସିକ ଶାନ୍ତି
ବଢେ ସହନଶୀଳତା
ଦୟା କ୍ଷମା ପୂର୍ତ୍ତି ସୈ।ନ୍ଦର୍ଯ୍ୟ ସନ୍ତୁଷ୍ଟି
ଦୈବୀଗୁଣ ସୁସ°ହିତା ।
ତ୍ରେତୟା ଯୁଗରେ ଶ୍ରୀପୁରୁଷୋତ୍ତମ
ଭଗବାନ ରାମଚନ୍ଦ୍ର
ମାତା ଭଗବତୀ ପ୍ରକୃତି ଦେବୀଙ୍କ
ଆଚରିଲେ ତପ ଘୋର ।
ରଖିଥିଲେ ଯତ୍ନେ ଏକଶହ ଆଠ
ପଦ୍ମଫୁଲ ପ୍ରସ୍ଫୁଟିତ
ହରିନେଇ ଏକ ବିଡିଥିଲେ ମାତା
ଏକାଗ୍ର ଶ୍ରୀରାମ ଚିତ୍ତ ।
ହୋଇଲେ ଉଦ୍ୟତ କମଳ ଲୋଚନ
ଚକ୍ଷୁ କରି ଉତ୍ପାଟନ
ମହାଶକ୍ତି ଦେବୀ ଚରଣ କମଳେ
କରିଦେବେ ସମର୍ପଣ ।
ଦେଖି ଭକ୍ତି ନିଷ୍ଠା ପ୍ରୀତ ହେଲେ ମାତା
ଯାଚିଦେଲେ ବରଦାନ
ରାବଣକୁ ମାରି ହୋଇଲେ ବିଜୟୀ
ରାଜୀବଲୋଚନ ରାମ ।
ମାତୃକୃପା ବଳେ ହୁଏ ସର୍ବସିଦ୍ଧି
ବିଜୟ ଲକ୍ଷ୍ୟ ସାଧନ
ପ୍ରକଟ ହୁଅନ୍ତି ମାଆ ଦଶଭୂଜା
ଶକ୍ତି ହୁଏ ଜାଗରଣ ।
ଶାରଦୀୟ ପର୍ବ ବିଜୟା ଦଶମୀ
ଭରୁ ଆନନ୍ଦ ଉଲ୍ଲାସ
ଗିରିଜା ବିରଜା ମାଆ ଦଶଭୂଜା
ବରଷନ୍ତୁ ଶୁଭାଶିଷ ।
ମାଆ ଦଶଭୂଜା
