ମୁଁ ତୁମକୁ ଚାହେଁ
କେବଳ ତୁମର ହେବାକୁ ଚାହେଁ
ନୁହେଁ ଆଉ କାହାର…. ।।
ମୁଁ ତୁମ ସାଥୀ ହେବାକୁ ଚାହେଁ
ଖାଲି ଏଇ ଜନ୍ମର ନୁହେଁ
ସାତ ଜନ୍ମର……।।
ମୁଁ ତୁମ ବନ୍ଧୁ ହେବାକୁ ଚାହେଁ
କେବଳ ଆଜିର ନୁହେଁ
ସବୁ ଦିନର….।।
ମୁଁ ଫଗୁଣ ଟିଏ ହେବାକୁ ଚାହେଁ
ଆଉ କାହାର ନୁହେଁ
ତୁମ ବସନ୍ତର…
ମୁଁ ଲାଲ୍ ରଙ୍ଗଟିଏ ହେବାକୁ ଚାହେଁ
ଇନ୍ଦ୍ରଧନୁର ନୁହେଁ
ତୁମ ପ୍ରେମର….।।
ମୁଁ ରାଣୀଟିଏ ହେବାକୁ ଚାହେଁ
ତୁମ ରାଜ୍ୟର ନୁହେଁ
ତୁମ ହୃଦୟର….।। ❤️