ମୋ ଉତ୍କଳ ପରି କୁହ କିଏ ସେ ଅଛି??

ଆମ ରାଜ୍ୟ ଉତ୍କଳ ତା’ର ନାମ ଅନେକ ଅଛି
ତା ଭାଷା ସରଳ ସେ ଏବେ ଓଡ଼ିଶା ବୋଲାଉ ଅଛି
ସଂସ୍କୃତି ପରମ୍ପରା ତା’ର ପୁରି ରହିଛି
ତା ଅଗଣାରେ ଫଳଫୁଲ କେତେ ଶୋଭା ପାଉଛି।୦।

ତିରିଶି ଜିଲ୍ଲା ଧରି ସେ ଯେ ଅଛି
ଚାରି କୋଟିରୁ ଅଧିକା ଲୋକ ଯେ ଅଛି
ସ୍ନେହ ପ୍ରେମରେ ତା ଭଣ୍ଡାର ପୁରି ରହିଛି
ସବୁରି ମୂଳରେ ତା ଦିଅଁ ଜଗା ପୂଜା ପାଉଛି।୧।

ସୁଆଦ ଖାଦ୍ୟ କୁ ସେ ଖାଉଛି
ବାର ଋତୁରେ ତେର ପରବ ପାଳନ କରୁଛି
ସେ ହରାଭରା ଯେ ଅଛି
ତା ଅଣ୍ଟିରେ ସେ ସଂପର୍କ ସବୁ ବାନ୍ଧି ରଖିଛି ।୨।

ବିପଦ ଆସିଲେ ସେ ସଜାଗ ଅଛି
ସବୁ ବିପଦରୁ ରକ୍ଷା କରୁଛି
ଆମ ମାଟି ମା ସେ ବୋଲାଇ ଅଛି
ଆମ ମାତୃଭାଷା ଭାରି ମିଠା ଲାଗୁଛି ।୩।

ସବୁ ଜିଲ୍ଲା ପରମ୍ପରାରେ ଭରି ଯାଇଛି
କେତେ ଐତିହ୍ୟ ଗୁଣ ଗାରିମା ଅଛି
ବୀର ପୁତ୍ର ତାର କେତେ କୀର୍ତ୍ତି କରିଛି
ପାଇକ ବିଦ୍ରୋହ ଇତିହାସ ରଚିଛି ।୪।

ଭାଷା ତାର କେତେ ପୂଜା ପାଉଛି
ଗର୍ବରେ ଓଡ଼ିଆ ବୋଲି କହୁଛି
ଆମ ଭାଷା ଆମ ହୃଦ ଗାଉଛି
ଭକ୍ତି ରେ ମଥା ମୋ ନଇଁ ଯାଉଛି ।୫।

ମୋ ଉତ୍କଳ ପରି ଆଉ କେ ଅଛି
ସବୁ ସହି ପୁଣି ଅଣ୍ଟା ଭିଡୁଛି
କେତେ ଦୁର୍ବିପାକ ସହ୍ୟ କରିଛି
ତଥାପି ନ ହାରି ଦମ୍ଭ ଧରିଛି ।୬।

ସଭିଙ୍କୁ ଲଢ଼ିବା ଶିଖାଇ ଅଛି
ନିଜ ହକ୍ ପାଇଁ ନିଜେ ଲଢିଛି
ତା’ପରେ ନିଜକୁ ରକ୍ଷା କରିଛି
ମୋ ଉତ୍କଳ ପରି କୁହ କିଏ ସେ ଅଛି ।୭।

1 thought on “ମୋ ଉତ୍କଳ ପରି କୁହ କିଏ ସେ ଅଛି??”

Leave a Comment

Your email address will not be published. Required fields are marked *