ଗାଁ – ବାଡ଼ିରେ ଗଛଟେ ନାହିଁ
ଦୋଳି ପକେଇବି କେଉଁଠି ଯାଇ
ବଉଳ ଲୋ
ମନ ହୁଏ ହାଇଁ ପାଇଁ , ବଉଳ ଲୋ …୧
ବନସ୍ତେ ଡାକୁନି ଗଜ
ଗାଁ ସହରରେ କରେ ଉତ୍ପାତ
ବଉଳ ଲୋ
ମନରେ ଘାରେ ପ୍ରମାଦ,ବଉଳ ଲୋ…୨
ଯୌଥ ପରିବାର ନାହିଁ
ଦୋଳି ଖେଳିବାକୁ ସାଥେ କେ ନାହିଁ
ବଉଳ ଲୋ
ମୋବାଇଲ ଦେଖା ପାଇଁ, ବଉଳ ଲୋ..୩
ଗାଁ ବିଲ ସବୁ ପଡିଆ
ଭାଇ ମୋ ଯାଇଛି ଦାଦନ ଖଟି
ବଉଳ ଲୋ
ଭାଉଜ ସଙ୍ଗେ ମୋ କଟି ,ଵଉଳ ଲୋ…୪
ଭାଉଜ ମୋ ସୁକୁମାରୀ
ଭାଇ ନାହିଁ ବୋଲି ମନକୁ ମାରି
ବଉଳ ଲୋ
ରଜ ବି ଯାଉଛି ସରି, ବଉଳ ଲୋ…୫
ଚକୁଳି ଚିତୋଉ ହଜିଲା
ପିଜା ବର୍ଗରରେ ମନ ବଳିଲା
ବଉଳ ଲୋ
ଗାଁ ବି ସହର ହେଲା, ବଉଳ ଲୋ…୬
ପଣତ କାନି ଉଡୁନି
ଜିନ୍ ଟପ୍ ସାଥେ ନାହିଁ ଓଢ଼ଣୀ
ବଉଳ ଲୋ
ପିଉନି କିଏ ତୋରାଣି, ବଉଳ ଲୋ…୭
ବରଷକେ ଥରେ ଆସିଛି ରଜ
ପୋଡପିଠା ଆଉ ହେଉନି ସଜ
ବଉଳ ଲୋ
ପାନରେ ନାହିଁ ମଉଜ, ବଉଳ ଲୋ ..୮
ପାଖେ ଥିବା ଲୋକ ଦୂର
ଦୂର ବନ୍ଧୁ ହୁଏ ନିକଟତର
ବଉଳ ଲୋ
ସମ୍ପର୍କ ମୋବାଇଲର, ବଉଳ ଲୋ…୯
କି ଲେଖିବି ରଜ ଗୀତ
ପାଶେ ନାହିଁ କେହି ମିତ- ସଙ୍ଗାତ
ବଉଳ ଲୋ
କି କହିବି ଆଉ ହିତ, ବଉଳ ଲୋ …୧୦
ସବୁଦିନ ଏଠି ସଜ
ହେଉ କି ନ ହେଉ ପରବ ରଜ
ବଉଳ ଲୋ
ପ୍ରେମେ ଆନନ୍ଦ ମଉଜ , ବଉଳ ଲୋ …୧୧
ରାଇଜେ ଉତ୍କଳ ସାର
ବାରମାସେ ତେର ପରବ ତାର
ବଉଳ ଲୋ
ଆପଣା ପଣ ଅପାର ,ବଉଳ ଲୋ …୧୨






I have to thank you for the efforts you have put in penning this blog.
I really hope to check out the same high-grade content from you in the future
as well. In truth, your creative writing abilities has motivated me to get my own site now 😉