ମନରେ ମୋ ଉଙ୍କିମାରୁଥାଏ କେତେ ଯେ ପ୍ରଶ୍ନ ,
ହୋଇଯାଏ ସତ କି ଭୋରର ସ୍ବପ୍ନ !
ଆଜି ସକାଳେ ମୁଁ ଯାହା ଦେଖିଲି ନିଦରେ,
ଭୁଲିପାରିବିନି କେବେ ଭାବିଲେ ମୁଁ ଥରେ ।
ସକାଳୁ ଉଠିପଡ଼ି ମୁଁହ ପଖାଳିଲି,
ଭାବନା ଯାହା ବି ଥିଲା ମନେ ଗୁଞ୍ଜରିଲି ।
ଶୁଣିବାକୁ କେହି ନଥିଲେ ମୋ ପାଖରେ ,
ତେଣୁ ମନଦୁଃଖ ହେଲା ଅନ୍ତର ଭିତରେ ।
ସେଠି ସରିଲାନି ମୋର ଭାବନାର ଅନ୍ତ ,
ମନଟା ଲାଗୁଥାଇ ନିରାଶାରେ ଅଶାନ୍ତ ।
ଘରେ ଭାବିଲି ପୁଣି ବାହାରେ ଭାବିଲି ,
ମନେ ମନେ ଭାବି ଖାଲି ଗୁଣୁଗୁଣୁ ହେଲି ।
ମନେ ପଡ଼ୁଥିଲା ତାର ଟିକେ ଟିକେ ରୂପ ,
ଭାବିବାକୁ ଲାଗିଲି ମୁଁ ନକରି ବିଳମ୍ବ ।
ପାଦ ତାର ଲାଗୁଥଲା ପଦ୍ମକଢ଼ି ପରି ,
ସେଥିରେ ସେ ନାଇଥିଲା ସତେ ଗୁନ୍ଥା ମାଳି ।
ଧିରେ ଧିରେ ଚାଲୁଥିଲା ଅଣ୍ଟାକୁ ହଲାଇ ,
ଅଣ୍ଟା ତାର ଥିଲା ସିଂହକଟି ଯୁକ୍ତ ହୋଇ ।
ଗଳାରେ ନେଇଥିଲା ସେ ମାଣିକର ହାର,
ସୁନା , ରୂପା, ହୀରା,ମୋତି ଆଦିଙ୍କ ସମ୍ଭାର ।
ହାତର ଆଙ୍ଗୁଠି ଥିଲା ଚମ୍ପାକଢ଼ି ପରି ,
ଲାଗୁଥିଲା ସତେ କେଉଁ ସରଗର ପରି ।
ଓଠ ତାର ଲାଗୁଥିଲା ଫୁଳଠୁ ସୁନ୍ଦର ,
ମନେ ହେଉଥିଲା ଆସୁଛି ବସନ୍ତର ସମ୍ଭାର ।
ଆଖିତାର ଦେଖି ଲାଗେ ସାଗରଠୁ ନୀଳ ,
ଆକାଶଠୁ ସଫା ଥିଲା ତାହାର କପାଳ ।
ନାଲି, ନେଳି, ହଳଦିଆ ଆଦି କେତେ ରଙ୍ଗ ,
ପରିଧାନ କରିଥିଲା ହୋଇ ଅଙ୍ଗ ସଙ୍ଗେ ସଙ୍ଗ ।
ଯେତେବେଳେ ଆସୁଥିଲା ସେଇ ନାରୀଟିଏ ,
କିଏ କରେ ପୂଜା ଶଙ୍ଖ ଫୁଙ୍କୁଥିଲା କିଏ ।
ଲାଗୁଥିଲା ମେଘ ,ବଜ୍ର ଏକ ସଙ୍ଗ ହୋଇ ,
ହସିହସି ଆସୁଥିଲେ ଆକାଶକୁ ଫଟେଇ ।
ପୃଥିବୀ ଠୁ ସୁନ୍ଦର୍ ସେ ଫୁଲଠୁ କୋମଳ ,
ଦେଖିବାକୁ ଖାଲି ତାକୁ ମନ ଦେଖୁଥିଲା ବ୍ୟାକୁଳ ।
ମନର ବ୍ୟାକୁଳତା ସମ୍ଭାଳି ନପାରି ,
ସଙ୍ଗେ ସଙ୍ଗେ ପଚାରିଲି ବିଳମ୍ବ ନକରି ।
କିଏ ତୁମେ କାହିଁ ମତେ ଦେଉଛ ଦର୍ଶନ ,
ପାପ ଅବା ପୁଣ୍ୟ ଫଳର ଏ କଷଣ ।
ଶୁଣି ମୋର କଥା ଖାଲି ହସି ଦେଲା ପଦେ ,
ମା ପରି ମଥା ଆଉଁସି ଚାଲିଗଲା ରଥେ ।
ହସି ହସି ଦେଇଗଲା ତାର ଆଶୀର୍ବାଦ ,
କହିଲା ମୁଁ ମା ତୋର ନୁହେଁ କେଉଁ ଦୈତ୍ୟ ।
ସ୍ନେହ ଭରା କଥା ତାର ମଧୁଠୁ ମଧୁର ,
ମନେ ମୋର ଦେଇଗଲା ଆଶାର ସଞ୍ଚାର ।
ମନେ ମନେ ଭାବିଲି ମୁଁ କିଏ ପୁଣ୍ୟଦେହି ,
ଆସିଥିଲା ସ୍ୱପ୍ନେ ମତେ ଆଶା ଦେବା ପାଇଁ ।