କବିତା

ମାଆ ଆସିଛନ୍ତି

ମା ଲୋ ଆସିଛୁ ଆଜି ମର୍ତ୍ତ୍ୟକୁ କେତେ ହସ ଖୁସି ନେଇ , କାଞ୍ଚନ ଦିଶୁଛି ଦ୍ୟୁଲୋକ ତୋରି ସେନେହ ପାଇ। ପଶୁପତି ଉପରେ ଅବସ୍ଥିତ ହୋଇଛୁ ଦନୁଜ ବିଲୋପ ପାଇଁ, ବାଞ୍ଛା ଏତିକି କରୁଣା ଦୃଷ୍ଟି ତୁ ରଖିଥିବୁ ଆମ ପାଇଁ। ଅନ୍ତରୀକ୍ଷ ଛାଡି ମର୍ତ୍ତ୍ୟ କୁ ଆସିଛୁ ଆଶ୍ୱିନ ର ଶୁକ୍ଳପକ୍ଷ ତିଥିରେ, ପାପ ଦୂରେଇ ସତ୍ୟକୁ ବଞ୍ଚେଇ ବାକୁ ଆଗମନ ତୋର ଏଇ ପାର୍ବଣ ଋତୁରେ। କେଉଁଠି କତାୟନି, ଅମ୍ବିକା, କେଉଁଠି ପୁଣି …

ମାଆ ଆସିଛନ୍ତି Read More »

ଧରାଧାମେ ଆସ ମା

ଆଶ୍ୱିନ ମାସର ନୀଳ ଜଳଧର ଘନ ମାଳ ଖେଳେ ଦୋଳି ଶ୍ୟାମଳ ପାହାଡ଼ ତୁଷାରର ମେଢ ପଙ୍କଜ ଗଙ୍ଗ ଶିଉଳି ।। ଦୁର୍ଗା ପୂଜା ପାର୍ବଣେ ହସେ ଧରଣୀ ଶରତର ଆଗମନେ ଧରାଧାମେ ବିଜେ ଜଗତ ଜନନୀ ଖୁସି ଖେଳେ ଭକ୍ତ ମନେ ।। ହସେ ଏ ଧରଣୀ ତୁମ ଆଗମନେ କାଶତଣ୍ଡି ଗାଏ ଗୀତ ଧରାଧାମେ ଆସ ମାଆ ଅବତରି ଦଶଭୂଜ ଏ ଜଗତ ।। ମାଆ ପୂଜା ପାଇଁ ସଜ୍ଜିତ ମଣ୍ଡପ ନାନା ରଙ୍ଗ …

ଧରାଧାମେ ଆସ ମା Read More »

ସ୍କନ୍ଦମାତା

ଜୟ ଜଗଦମ୍ବା ଭବାନୀ ଶିବାନୀ ସ୍କନ୍ଦମାତା ମା ବିରଜା ଅବତର ମାଆ ଜଗତ ଜନନୀ ଉଡୁ ବାନା ସିଂହ ଧ୍ୱଜା । ମଣ୍ଡନ କରନ୍ତି କୋଳରେ କୁମାର ପୁତ୍ର ସ୍କନ୍ଦ କାର୍ତ୍ତିକେୟ ମାଗୁଛୁ ଶରଣ ସନ୍ତାନ ସନ୍ତତି ଦିଅ ଅଭୟ ଆଶ୍ରୟ । ବିରାଜିତ ହୁଅ ମା ସିଂହ ବାହିନୀ ଚତୁର୍ଭୁଜା ମହାଶକ୍ତି ନାଶ କର ବାରେ ଅଜ୍ଞାନ ତିମିର ଦିଅ ଭକ୍ତି ଗତି ମୁକ୍ତି । ହେଉ ସ°ସ୍ଥାପନ ସତ୍ୟ ଶାନ୍ତି ନ୍ୟାୟ ପରାକାଷ୍ଠା ସୁସମୃଦ୍ଧି …

ସ୍କନ୍ଦମାତା Read More »

ମାଆ ଦଶଭୂଜା

ବେଦ ଓ ପୁରାଣେ ରହିଛି ଉଲ୍ଲେଖ ଆଶ୍ୱିନର ଶୁକ୍ଳପକ୍ଷ ପ୍ରତିପଦ ଠାରୁ ଦଶମୀର ତିଥି ସୁପବିତ୍ର ଶୂଚିବନ୍ତ । ପ୍ରତି ହୃଦ ପ୍ରାଣ ଅନ୍ନ କଣ କଣ ହୁଏ ଶକ୍ତି ପ୍ରଚୋଦିତ ଜାଗିଉଠେ ମନେ ଭାବନା ସଦିଚ୍ଛା ସୁବିଶ୍ୱ।ସ ଆତ୍ମତତ୍ତ୍ୱ । ମିଳେ ସୁପୋଷଣ ମାନସିକ ଶାନ୍ତି ବଢେ ସହନଶୀଳତା ଦୟା କ୍ଷମା ପୂର୍ତ୍ତି ସୈ।ନ୍ଦର୍ଯ୍ୟ ସନ୍ତୁଷ୍ଟି ଦୈବୀଗୁଣ ସୁସ°ହିତା । ତ୍ରେତୟା ଯୁଗରେ ଶ୍ରୀପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ର ମାତା ଭଗବତୀ ପ୍ରକୃତି ଦେବୀଙ୍କ ଆଚରିଲେ ତପ …

ମାଆ ଦଶଭୂଜା Read More »

ଆସୁଛି ଦୁର୍ଗାପୂଜା

ଶରତଋତୁର କାଶତଣ୍ଡୀଫୁଲ ସମୀରରେ ଆଜି ନାଚୁଛି ବରଷକେ ଥରେ ଦୁର୍ଗାମାଆ ମୋ ନୂଆ ଅବତାରେ ଆସୁଛି ।। ନୀଳ ଅମ୍ବର ମେଘଶୂନ୍ୟ ହୋଇ ଖିଲିଖିଲି ହସ ହସୁଛି ମୁକ୍ତାସମ ସେଇ କାକରବିନ୍ଦୁ ଯେ ମନଲୋଭା ପୁଣି ଦିଶୁଛି ।। ମହିଷାମର୍ଦ୍ଦିନୀ ସିଂହବାହିନୀ ଧରାକୁ ତୁମକୁ ସ୍ୱାଗତ ସର୍ବ ପାପତାପ ହରିନିଅ ମାଆ ହୋଇ ପୁନର୍ବାର ଆଗତ ।। ସୃଷ୍ଟି ତ ଆଜି ବିନାଶ ହେଲାଣି ହୋଇଯିବ କେବେ ଧ୍ୱଂସ ନାରୀଜାତି ଆଜି ଯାତନା ଭୋଗୁଛି ହୋଇ ପୁଣି …

ଆସୁଛି ଦୁର୍ଗାପୂଜା Read More »

ମାତଃ ଦୁର୍ଗେ ସିଂହବାହିନୀ

ତ୍ରିଶୂଳଧାରିଣୀ ମାତଃ ଶିବପ୍ରିୟେସିଂହବାହିନୀ ମା’ ଦୁର୍ଗେ,କାଳୀରୂପିଣୀ ନୃମୁଣ୍ଡ ମାଳିନୀ ମା’ଅସୁରନାଶିନୀ ଅମ୍ବେ।ବଳଦାୟିନୀ ମା’ ଶକ୍ତିସ୍ଵରୂପିଣୀଜ୍ଞାନ, ପ୍ରେମଦାୟିନୀ ମା’,ତିମିରବିନାଶିନୀ ଜୟ ଦାୟିନୀପ୍ରକାଶ ତୁମର ଆଭା।ଜୀବନ ସଂଗ୍ରାମେ, ଭାରତ ସଂଗ୍ରାମେଆମ୍ଭେ ତୋ ପ୍ରେରିତ ଯୋଦ୍ଧା,ମନେ ଦିଅ ଭରି ଅସୁରର ଶକ୍ତିବୁଦ୍ଧିରେ ମହତ ଚିନ୍ତା।ଆମ୍ଭେ ଅଟୁ ଯନ୍ତ୍ର ତୁମ୍ଭେ ଆମ ଯନ୍ତ୍ରୀଜ୍ଞାନଦୀପ୍ତି ପ୍ରକାଶିନୀ,ଭରିଦିଅ ହୃଦେ ଶ୍ରଦ୍ଧା, ଭକ୍ତି, ପ୍ରେମମାତା ଦୁର୍ଗତିନାଶିନୀ।ଯୋଗବଳେ ପ୍ରବେଶିଣ ମା’ କରଅନ୍ତଃସ୍ଥ ରିପୁ ବିନାଶ,ବୀରମାର୍ଗ ପ୍ରଦର୍ଶିନୀ ମନ, ପ୍ରାଣଶରୀରେ ହୁଅ ପ୍ରକାଶ।ସମଗ୍ର ଜୀବନ ହେଉ ଆମ ମା ଗୋନିରନ୍ତର …

ମାତଃ ଦୁର୍ଗେ ସିଂହବାହିନୀ Read More »

ବର୍ଷାର ଈର୍ଷା

ମୋ ଯୋଜନା ସବୁକୁ ପଣ୍ଡ କରିବାକୁ ସେ କରେ ଭରପୁର ପ୍ରୟାସ ତା ଭିତରର ସମସ୍ତ ଶକ୍ତିକୁ ବ୍ୟବହାର କରି ମୋ ବିରୁଦ୍ଧରେ। ମୁଁ କିନ୍ତୁ ପ୍ରତିଥର ପରି ହାସଲ କରିନିଏ ମୋ ପୂର୍ବ ଯୋଜିତ ଇଛା ସବୁ ଯେତେ ପଛେ ବର୍ଷୁ ଥାଉ ଯେତେ ଦିନ ଯାଏଁ କଳେ ବଳେ ଓ ନାନା କୌଶଳରେ। ସେଥିପାଇଁ ବୋଧେ ଏ ବର୍ଷା ମୋତେ ଭାରି ଈର୍ଷା କରେ। ମୋ ଆଖିରେ ବି ଅନେକ ବାର ଘୋଟିଆସେ ମେଘ …

ବର୍ଷାର ଈର୍ଷା Read More »

ନବରାତ୍ରୀ

ଶୈଳପୁତ୍ରୀ ରୂପେ ଆସ ମା ଭବାନୀ ବୃଷାରୂଢ଼ା ହୋଇ ଧୀରେ, ବାମେ ଧରି ପଦ୍ମ ଦକ୍ଷିଣେ ତ୍ରିଶୂଳ ଚିତ୍ତ ରହୁ ମୂଳାଧାରେ। ପୂର୍ଣ୍ଣ ଜ୍ୟୋତିର୍ମୟୀ ମା ବ୍ରହ୍ମଚାରିଣୀ ଅନନ୍ତ ଫଳ ଦାୟିନୀ, କମଣ୍ଡଳୁ ଜପମାଳା ଶୋଭେ ହସ୍ତେ ସ୍ୱାଧିଷ୍ଠାନେ ଧ୍ୟାନ୍ତି ଗୁଣି। ଦଶଭୁଜା ସ୍ଵର୍ଣ୍ଣମୟୀ ସଦା ଶାନ୍ତ କଲ୍ୟାଣୀ ମା ଚନ୍ଦ୍ରଘଣ୍ଟା ଅଲୌକିକ ଫଳ ଦିଅ ହେ ଈଶ୍ୱରୀ ମଣିପୁରେ ପାତେ ମଥା। ସୌର ଅନ୍ତର୍ଦ୍ଦେଶୁ ଆସ ମା କୁଷ୍ମାଣ୍ଡା ବସ୍ତାରି ମୟୁଖ ରାଶି, ଅନାହତ ଚକ୍ରେ …

ନବରାତ୍ରୀ Read More »

ଭାଗବତ ଜନ୍ମ

ପୁସ୍ତକ ନୁହେଁ କି ପୁରାଣ ନୁହେଁ ସେ ଦିବ୍ୟ ଜୀବନର ପରିଭାଷା, ଜ୍ଞାନ ଓ ଭକ୍ତିର ଜୀବନ୍ତ ଆଧାର ଜୀବନରେ ଭରିଦିଏ ଆଶା। ଓଡ଼ିଆ ଜାତିର ଅମୂଲ୍ୟ ଅସ୍ମିତା ଘରେ ପୁରେ ଅତି ପରିଚିତ, ଭାଗବତ ଟୁଙ୍ଗୀ ବଖାଣେ ତା ଗାଥା କଣ୍ଠେ କଣ୍ଠେ ସ୍ଵୟଂ ପ୍ରତିଷ୍ଠିତ। ଭାବ ବିଶ୍ଵାସର ମକରନ୍ଦ ଝରେ ନବାକ୍ଷରୀ ପଦ ପାଖୁଡ଼ାରୁ, ଆଧ୍ୟାତ୍ମ୍ୟ ଚେତନା ବିଛୁରିତ ହୁଏ ସେ ମହାକାବ୍ୟର ଅକ୍ଷରରୁ। ଜୀବନର ପ୍ରତି ସମସ୍ୟାର ଅଛି ତାର ପାଶେ ସମାଧାନ …

ଭାଗବତ ଜନ୍ମ Read More »

ନୂଆ ନୂଆ ପ୍ରେମରେ ପଡ଼ିଥିବା ଝିଅ

ମୁଣ୍ଡରେ ନାଲିଫିତା ବାନ୍ଧୁଥିବା ଝିଅଟିଏ ଏବେ ତା’ର ରେଶମୀକେଶରାଶିକୁ ଖୋଲାପବନରେ ଉଡ଼ାଏ କାହା ଆଖି ନ ଦେଖି ପାରିଲାପରି ଅଭିନୟ କରି ଲାଲ୍ ଗୋଲାପ ଫୁଲଟିଏ ମୁଣ୍ଡରେ ଖୋସେ କେହି କିଛି ପଚାରିଲେ ଆଡବାହାନା କରି ଅଳ୍ପ ହସି ଚାଲିଯାଏ ସେ ହସରେ ଭରିଥାଏ ଅନନ୍ୟ ମାଦକତା ଚହଲା ପାଣିକୁ ଚାହିଁଦେଲେ ସେଥିରେ ଭାରିଯାଏ ଝିଅ ଦେହର ଉସ୍ମତା ।। ଝିଅଟିଏ , ଏବେ ଧୀର ସଲ୍ଲଜ ଚାହାଣୀରେ ଚାହେଁ ଦୃଷ୍ଟିରେ ତୋଲିଧରେ ନିଜ ପ୍ରିୟତମର ଦୁନିଆଁ …

ନୂଆ ନୂଆ ପ୍ରେମରେ ପଡ଼ିଥିବା ଝିଅ Read More »