ମାଆ ଆସିଛନ୍ତି
ମା ଲୋ ଆସିଛୁ ଆଜି ମର୍ତ୍ତ୍ୟକୁ କେତେ ହସ ଖୁସି ନେଇ , କାଞ୍ଚନ ଦିଶୁଛି ଦ୍ୟୁଲୋକ ତୋରି ସେନେହ ପାଇ। ପଶୁପତି ଉପରେ ଅବସ୍ଥିତ ହୋଇଛୁ ଦନୁଜ ବିଲୋପ ପାଇଁ, ବାଞ୍ଛା ଏତିକି କରୁଣା ଦୃଷ୍ଟି ତୁ ରଖିଥିବୁ ଆମ ପାଇଁ। ଅନ୍ତରୀକ୍ଷ ଛାଡି ମର୍ତ୍ତ୍ୟ କୁ ଆସିଛୁ ଆଶ୍ୱିନ ର ଶୁକ୍ଳପକ୍ଷ ତିଥିରେ, ପାପ ଦୂରେଇ ସତ୍ୟକୁ ବଞ୍ଚେଇ ବାକୁ ଆଗମନ ତୋର ଏଇ ପାର୍ବଣ ଋତୁରେ। କେଉଁଠି କତାୟନି, ଅମ୍ବିକା, କେଉଁଠି ପୁଣି …










