କବିତା

ରଜଗୀତ

ଆସିଛି ଏ ରଜ ଆଜି ଆସିଛି ରଜ ବନସ୍ତେ ଡ଼ାକିଲାଣି ଗଜ ବରଷକେ ପୁଣି ଆଜି ଆସିଛି ରଜ ବଉଳ ହେଲେ ସଜବାଜ ll ସବୁଜ ବନାନୀ ଆଜି ଗାଉଛି ଗୀତ ରଜଦୋଳିରେ କଟମଟ ଭାଇ ଯାଇଛନ୍ତି ବିଦେଶ ଯାତ୍ରା ବୋଲି ଭାଉଜ ହେଲେ ଛଟପଟ ll ରଜ ପାନ ଭାରି ଯେ ମିଠା ହେ ବଉଳ ମୋ ସୁନା ଭଉଣୀର ମନ ଖାଇବାକୁ ରଜ ପିଠା ଭଳିକି ଭଳି ପୋଡ଼ କାକରା ଆଦି ଛେନା ll …

ରଜଗୀତ Read More »

ରଜ ମଜା

ରଜ ଦୋଳି କଟମଟ ହାତରେ ଧରିଛି ଫଟା ସିଲଟ ଫଟା ସିଲଟ ରେ ଲେଖା ଦିଶେ ଝଟ ଝଟ।। ଗୁଆ ଚାଞ୍ଚରା ପାଦରେ ଅଳତା ମାଖିଛି ସରୁ କାଠିରେ ସରୁ କାଠିରେ ଲୋ ଚାଲୁଥାଏ ଧିରେ ଧିରେ।। ସଜବାଜ ହେବାପାଇଁ ନଣନ୍ଦ ଭାଉଜ ବୁଡ଼ ପକାଇ ବୁଡ଼ ପକାଇ ଲୋ ରଜପାନ ଭାଙ୍ଗିଲେଇଁ।। ଖିଲିପାନ ଖିଆ ପାଟି ବହଳ ହଳଦୀ ରଖିଛି ବାଟି ରଖିଛି ବାଟିଲୋ ରଜରେ ନାହିଁ ବଟାବାଟି ।। ନୁଆବୋହୁ ଘର ଭାର ରଜରେ …

ରଜ ମଜା Read More »

ରଜ

ରଜ ଆସ ଟିପି ଟିପିଟିପି ବରଷା ଟୋପାରେ, ଭିଜାଅ  ଏ ତନୁ ମନ ରଜ ମଉଜରେ l ରଜ ଆସ ଆମ୍ବ ତୋଟା ଦୋଳିରେ ଦୋଳିରେ, ହଜି ଯାଆନ୍ତୁ ସଭିଏଁ ଗୀତରେ ଗୀତରେ l ରଜ ଆସ କୁଆଁରୀଙ୍କ ମେହେନ୍ଦୀ ରଙ୍ଗରେ, ସାଙ୍ଗ ସାଥୀ ମେଳେ କାଳ କଟୁ ଆନନ୍ଦରେ l ରଜ ଆସ ମିଠା ପାନ ମଧୁରେ ମଧୁରେ, ଲାଲିମା ବିରାଜୁ ଆଜି ଅଧରେ ଅଧରେ l ରଜ ଆସ ନବୀନାଙ୍କ ଅଳତା ଗାରରେ, ବସୁମତୀ …

ରଜ Read More »

ରଜ ଆସିଛି

ରଜ ଆସିଛି ମେଘର ସ୍ୟାହିରେ ଆକାଶ ଛାତିରେ ମନୋହରୀ ଚିତ୍ର ଆଙ୍କି, ଆଶ୍ୱାସନା ଭରା ସମାଚାର ନେଇ ଦୁଃଖକୁ ସାମାନ୍ୟ ଢାଙ୍କି। ରଜ ଆସିଛି ଅଳତାରେ ବୋଳା ପାଦରେ ପାଉଁଜି ନାଚି ଝମ ଝମ କରି, ଜୀବନରେ ଭରି ମେହେନ୍ଦୀର ରଙ୍ଗ ତାମ୍ବୁଳେ ସୁବାସ ଭରି। ରଜ ଆସିଛି ମାଟିମନସ୍କ ସେ ଆକାଶକୁ ଡାକି ସୁରୁଜକୁ ଢାଙ୍କି ଦେଇ, ମାଟି ଆଜି ପ୍ରିୟ ମିଳନ ପିଆସୀ ଓଦା ସରସର ହୋଇ। ରଜ ଆସିଛି କବରୀରେ ଭରି ସପନର …

ରଜ ଆସିଛି Read More »

ରଜ ଦୋଳି କଟମଟ

ଫୁର୍ ହେଲା ଖରା ତେଜ ଆସିଛି ଆଷାଢ଼ ରଜ ମଉଜ ରଜ ମଉଜ ଲୋ ହେବା ଆସ ସଜବାଜ । ପାଚିଲା ପଣସ ଆମ୍ବ ଘରେ ଘରେ ପିଠା ଚକୁଳି ପୋଡ଼ ଚକୁଳି ପୋଡ଼ ଲୋ ମିଶିଥାଏ ଛେନା ଗୁଡ଼ । ରଜ ଦୋଳି କଟ ମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ସୁନା ମୁକୁଟ ଲୋ ଭଉଣୀ ଚାହିଁଛି ବାଟ । ପାନ ଗୁଆ ଖିଲିକାତି ପାନ ଭାଙ୍ଗି ଦେବ ଆଈ ବୁଢୀଟି ଆଈ …

ରଜ ଦୋଳି କଟମଟ Read More »

ରଜଗୀତ

ରଜଗୀତ ରଜଦୋଳି ଟଙ୍ଗା ହେଲା ମଲ୍ଲି ମୁଖେ ମଲ୍ଲି ହସ ଫୁଟିଲା ବୋଉଳ ଲୋ ଜାଇ ଜୁଇ ଚହଟିଲା ବୋଉଳ ଲୋ -୧ ରଜଦୋଳି କଟମଟ ମୋ’ ଭାଇ ମୁଣ୍ଡରେ ସୁନା ମୁକୁଟ ବୋଉଳ ଲୋ ନିତି କରଇ ଅଝଟ ବୋଉଳ ଲୋ -୨ ବନସ୍ତେ ଡାକିଲା ଗଜ ବରଷକୁ ଥରେ ଆସିଛି ରଜ ବୋଉଳ ଲୋ ନର ନାରୀ ସଜବାଜ ବୋଉଳ ଲୋ -୩ ଗେଣ୍ଡୁ ଫୁଲ ମହକିଲା ପୋଖରୀ ହୁଡ଼ାରେ ସୁନ୍ଦରୀ ମେଳା ବୋଉଳ …

ରଜଗୀତ Read More »

ତୁମର ହେବାକୁ ଚାହେଁ

ମୁଁ ତୁମକୁ ଚାହେଁ କେବଳ ତୁମର ହେବାକୁ ଚାହେଁ ନୁହେଁ ଆଉ କାହାର ମୁଁ ତୁମ ସାଥୀ ହେବାକୁ ଚାହେଁ ଖାଲି ଏଇ ଜନ୍ମର ନୁହେଁ ସାତ ଜନ୍ମର…… ! ମୁଁ ତୁମ ବନ୍ଧୁ ହେବାକୁ ଚାହେଁ କେବଳ ଆଜିର ନୁହେଁ ସବୁ ଦିନର….. ! ମୁଁ ଫଗୁଣ ଟିଏ ହେବାକୁ ଚାହେଁ ଆଉ କାହାର ନୁହେଁ ତୁମ ବସନ୍ତର… ! ମୁଁ ଲାଲ୍ ରଙ୍ଗଟିଏ ହେବାକୁ ଚାହେଁ ଇନ୍ଦ୍ରଧନୁର ନୁହେଁ ତୁମ ପ୍ରେମର…. ! ମୁଁ …

ତୁମର ହେବାକୁ ଚାହେଁ Read More »

ଭାବ ଭକ୍ତି

ତୁମେ ନିର୍ଦ୍ଦେଶକ ପଥ ପ୍ରଦର୍ଶକ ଜୀବନ ଚଲା ବାଟର ହାତ ଧରି ମୋତେ ରାହା ଦେଖାଉଛ ତମସା କରୁଛ ଦୂର ।। ଯେତେ ବଖାଣିଲେ ଅନୁଭୁତି ମୋର ଅସରା ପେଡିକୁ ଖୋଲି ଅନୁଭବେ ତୁମେ ସେତେ ଆସୁଥାଅ ଓଠରେ ହସକୁ ବୋଳି ।। ଯେତେ ଜାବୁଡ଼ିଲେ ଅଦେଖା ଲୁହକୁ ଆଖି ମାନେ ନାହିଁ ବୋଲ ତୁମ ଶ୍ରୀମୁଖକୁ ଦର୍ଶନ ମାତ୍ରକେ କରେ ସିଏ କଲବଲ ।। ଯେତେ ଥର ଭାବେ ଗାଳି ଦେବି ନାହିଁ ତୁଣ୍ଡ ଶୁଣେ …

ଭାବ ଭକ୍ତି Read More »

ବାକି କଥା

” ତୁମେ ଆଉ ତୁମେ ହୋଇ ନାହଁ ” ଏଇ କିଛି ଦିନର ପରିଚୟ ଭିତରେ ଜଣେ କଣ ଏତେ ନିଜର ହୋଇପାରେ ଜଣେ କଣ ଏମିତି ବାୟୁ ଭଳି ମିଶିପାରେ ସେ ନିଶ୍ଵାସ ନେଉଥିବା ସର୍ବବ୍ୟାପୀ ପବନରେ । । . . କାହା ସୁପ୍ତ ଆକାକ୍ଷାଂକୁ କିଏ ଜଣେ ଅପେକ୍ଷା କରିବା ଶିଖେଇ ଦେଇଯାଏ ଅପେକ୍ଷାରୁ ଉପେକ୍ଷା ଭିତରର କିଛି ପାଦ ରକ୍ତାକ୍ତ ହୋଇ ମଧ୍ୟ ଆଗକୁ ବଢି ଯାଏ ॥ . . …

ବାକି କଥା Read More »

ଈଶ୍ୱର ଏ ଦେଶ କର୍ତ୍ତା

ବହୁ ବିଭିଧତା ଭିତରେ ଭାରତ ଗୌରବେ ଟେକିଛି ମଥା, କାହିଁ କେତେ କାଳୁ ରହିଛି ରହିବ ଐତିହ୍ୟର ପୁଣ୍ୟ ଗାଥା। ଯୋଡ଼ ହସ୍ତେ କରି ମଥାନତ ଧୀରେ ଅଭିବାଦନର ଶୈଳୀ, ଅତିଥି ଦେବତା ଏହି ମହାନତା ବିଶ୍ବରେ ସ୍ଥାପିଛି ଶିରୀ। ମହାଭାରତ ଓ ରାମାୟଣ କହେ ଭାରତର ପୁଣ୍ୟ କଥା, ଧର୍ମ ସଂସ୍କୃତିର ବିଜୟ ଧ୍ୱଜାରେ ସମୃଦ୍ଧ ଐତିହ୍ୟ ଚିତା। ଶତ ଶତ ଭାଷା ଶତ ଶତ ଜାତି ଏକତା ସୂତ୍ରରେ ବନ୍ଧା, ସେ ପାଇଁ ଭାରତ …

ଈଶ୍ୱର ଏ ଦେଶ କର୍ତ୍ତା Read More »